ଏବି ଡି ଭିଲିୟର୍ସଙ୍କ ଇଚ୍ଛା, ଏହି ଦୁଇ ଦଳ ମଧ୍ୟରେ ହେଉ ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍ ମ୍ୟାଚ୍‌

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଭାରତ, ପାକିସ୍ତାନ ସମେତ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚାରି ଦଳକୁ ନେଇ ଖେଳାଯିବ ନକଆଉଟ୍ ପର୍ଯ୍ୟାୟ। ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍‌ ମୁକାବିଲାରେ ପୁଣି ଥରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ମୁହାଁମୁହିଁ ହେବେ। ପ୍ରଥମ ସେମି ଫାଇନାଲ୍‌ରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଯଦି ଭାରତ ଏବଂ ପାକିସ୍ତାନ ନିଜ ନିଜର ମୁକାବିଲା ଜିତନ୍ତି ତେବେ ଦୁଇ ଦଳ ମଧ୍ୟରେ ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଟାଇଟଲ୍ ଲଢେଇ ଖେଳାଯିବ। ଯେବେ ଏହି ପ୍ରଶ୍ନ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ସାମାଜିକ ଗଣମାଧ୍ୟମରେ ପଚାରିଲେ, ତେବେ ଅଧିକାଂଶ କ୍ରିକେଟ୍ ପ୍ରେମୀଙ୍କ ଏହି ଉତ୍ତର ହିଁ ଥିଲା।

ଏବି ଡି ଭିଲିୟର୍ସ ଟ୍ଵିଟରରେ ଏକ ପୋଲ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ପଚାରିଛନ୍ତି ଯେ ପାକିସ୍ତାନ/ଭାରତ ଫାଇନାଲ୍ ?  ଡି ଭିଲିୟର୍ସଙ୍କ ଏହି ପୋଲ୍‌ରେ ପ୍ରଶଂସକ ଖୁବ୍ ଭୋଟିଂ କରିଛନ୍ତି ଏବଂ ୭୦ ପ୍ରତିଶତ ଲୋକ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମୁକାବିଲା ଚାହୁଁଛନ୍ତି। କିଛି ସମୟ ପରେ ଡିଭିଲିୟର୍ସ ଆଉ ଏକ ଟ୍ଵିଟ୍ କରି ଲେଖିଛନ୍ତି ମୋର ଭୋଟ୍ ମଧ୍ୟ ଭାରତ ବନାମ ପାକିସ୍ତାନ ଫାଇନାଲ୍‌କୁ ଯାଉଛି। ଅର୍ଥାତ ମୋର ବି ଇଚ୍ଛା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ଵ କପ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯାଉ।

{"id":706204,"sizeSlug":"full","linkDestination":"none"}

ମିଷ୍ଟର ୩୬୦ ନାମରେ ପ୍ରସିଦ୍ଧ ଏହି ଖେଳାଳି ନିଜର ଟ୍ଵିଟ୍‌ରେ ଲେଖିଛନ୍ତି, ବାସ୍ତବରେ କାଳ୍ପନିକ ଫାଇନାଲ୍‌ ! ଏ ପର୍ଯ୍ୟନ୍ତ ୭୦ ପ୍ରତିଶତ ହଁରେ ମତଦାନ କରିଛନ୍ତି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିଷୟରେ କିଛି କହିବାକୁ ଗଲେ ଦୁଇ ଦଳ ନିକଟରେ ଅଦ୍ଭୁତ ଲାଇନ୍ ଅପ୍ ରହିଛି ଏବଂ ଦୁଇ ଦଳ ଦମଦାର  ଫର୍ମରେ ଅଛନ୍ତି। ଦୁଇ ବଡ ସେମି ଫାଇନାଲ୍ ମୁକାବିଲା ଖେଳାଯିବ। ମୋର ଭୋଟ୍ ଭାରତ-ପାକିସ୍ତାନ ଫାଇନାଲ୍‌ ପ୍ରତି ଯାଉଛି।

ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୯ ତାରିଖରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ। ଦ୍ଵିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ନଭେମ୍ବର ୧୦ରେ ଆଡିଲେଡ୍‌ର ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଦୁଇ ସେମି ଫାଇନାଲ୍‌ ମ୍ୟାଚ୍‌ର ବିଜେତା ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

ସେମି ଫାଇନାଲ୍ କ୍ରୀଡାସୂଚୀ

ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୯, ସିଡନୀ(ଅପରାହ୍ନ ୧ଟା୩୦)

ଭାରତ ବନାମ ଇଂଲଣ୍ଡ- ନଭେମ୍ବର ୧୦, ଆଡିଲେଡ୍(ଅପରାହ୍ନ ୧ଟା୩୦)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.