ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରାଜ୍ୟରେ ଲୋପ ପାଇଯିବ କି ହାତୀ ବଂଶ ?  ୧୦ ବର୍ଷରେ ଗଲାଣି ୭୮୪ ହାତୀଙ୍କ ଜୀବନ

14/03/2023 at 11:03 PM

ଭୁବନେଶ୍ୱର: ରାଜ୍ୟରେ ଲୋପ ପାଇଯିବ କି ହାତୀ ବଂଶ ?  ଯେଉଁ ଭଳି ଭାବେ ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଛି ଏଭଳି ଆଶଙ୍କା ଉପୁଜିଲାଣି ।  ତଥ୍ୟ କହୁଛି ଗତ ୧୦ ବର୍ଷରେ ୭୮୪ ହାତୀ ମରିଛନ୍ତି ।  ୨୦୧୮୧୯ରେ ମରିଛନ୍ତି ସର୍ବାଧିକ ୯୩ ହାତୀ । କେବଳ ହାତୀ ମରିନାହାନ୍ତି ହାତୀ ଆକ୍ରମଣରେ ଏହି ୧୦ ବର୍ଷ ମଧ୍ୟରେ ୯୨୫ ଜଣଙ୍କର ମୃତ୍ୟୁ ହୋଇଛି ।  ୨୧୨ ଜଣ ଅକର୍ମଣ୍ୟ ହୋଇଛନ୍ତି ।

ଗତ ୫ ବର୍ଷ ମଧ୍ୟରେ ୨୦୧୭ ରୁ ୨୦୨୨ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଛନ୍ତି । ପ୍ରାକୃତିକ କାରଣରୁ ୪୪ଟି, ଶିକାର ଦ୍ବାରା ୧୦ଟି, ବିଷ ପ୍ରୟୋଗ ଦ୍ବାରା ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ଆକସ୍ମିକ ବିଦ୍ୟୁତ ଆଘାତରେ ୨୬ ହାତୀସୁଚିନ୍ତିତ ବିଦ୍ୟୁତ ଆଘାତରେ ୩୫ ହାତୀ ମୃତ୍ୟୁ ହୋଇଛି । ରେଳ ଦୁର୍ଘଟଣାରେ ୧୭, ସଡ଼କ ଦୁର୍ଘଟଣାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀଙ୍କ ମୃତ୍ୟୁ  ହୋଇଛି । ସେହିଭଳି ଆନ୍ଥ୍ରାକ୍ସ ରୋଗରେ ୨୪ଟି, ହରପିସରେ ୧୦ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି । ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀର ମୃତ୍ୟୁ ହୋଇଛି । ୩୬ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଯାହାକୁ ନେଇ ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିବା ବେଳେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ହାତୀ ମୃତ୍ୟୁ ରୋକିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି ।

କେଉଁ କାରଣ ପାଇଁ ବଢୁଛି ହାତୀ ମୃତ୍ୟୁ ?  ବିଶେଷଜ୍ଞଙ୍କ କହିବା କଥା ଜଙ୍ଗଲ ଆଡକୁ ଜନବସତି ମାଡିବାଜଙ୍ଗଲରେ ହାତୀଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ନମିଳିବା ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି । ଫଳରେ ହାତୀ ଓ ମଣିଷ ମୁହାଁମୁହିଁ ହେଉଛନ୍ତି । ଅନେକ ସମୟରେ ଦାନ୍ତ ପାଇଁ ବି ଶିକାରୀ ହାତୀଙ୍କୁ ହତ୍ୟା କରୁଛନ୍ତି । ରାଜ୍ୟରେ ଚିହ୍ନଟ ୧୪ ଟି ହାତୀ କରିଡରର ଉନ୍ନତି କରଣର ଆବଶ୍ୟକତା ରହିଛି । ଏହି କରିଡର ନିକଟରେ କୌଣସି ଶିଳ୍ପାନୁଷ୍ଠାନ କିମ୍ବା ଚାଷବାସ ବାରଣ ହେବା ଉଚିତ୍‌ । ସେହିଭଳି ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟ ଉପଯୋଗୀ ଗଛ ଲଗାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ସୋମବାର ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ କଡାକଡି ପାଳନ କରିବାକୁ ଗୁରୁତ୍ବାରୋପ କରିଛନ୍ତି କୋର୍ଟ। ଶିକାର ଓ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ପାଇଁ ଯେଉଁ ୬ଟି ଏତଲା ପଞ୍ଜୀକରଣ ହୋଇଛି ତାର ଅଗ୍ରଗତି ସଂପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts