ନୂଆଦିଲ୍ଲୀ: ଜି-୨୦ ଅଧ୍ୟକ୍ଷତାରେ ଭାରତକୁ ସହଯୋଗ କରିବା ଆମେରିକା। ବନ୍ଧୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବାକୁ ମୁଁ ଆଗ୍ରୀହ ହୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଜଳବାୟୁ ସମସ୍ୟା ଓ ଖାଦ୍ୟ ସଂକଟକୁ ମୁକାବିଲା କରିବାକୁ ଆମେରିକା ଓ ଭାରତ ମିଳିମିଶି କାମ କରିବେ ବୋଲି ବାଇଡେନ ଟ୍ୱିଟ୍ କରି ଏପରି କହିଛନ୍ତି।
wp:html/wp:htmlIndia is a strong partner of the United States, and I look forward to supporting my friend Prime Minister Modi during India’s G20 presidency.
— President Biden (@POTUS) December 2, 2022
Together we will advance sustainable and inclusive growth while tackling shared challenges like the climate, energy, and food crises. https://t.co/EsTK9XdsCp pic.twitter.com/dTpBdiTJM0
ଏହା ପୂର୍ବରୁ ଆଜି ପ୍ରଧାନ ମନ୍ତ୍ରୀ ମୋଦୀ ଜି-୨୦ ଅଧ୍ୟକ୍ଷତାକୁ ନେଇ ଭାରତର କିଛି ଯୋଜନାକୁ ଟ୍ୱିଟ୍ କରି ଶେୟାର କରିବା ସହିତ ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରିଥିଲେ। ମୋଦୀ ଲେଖିଥିଲେ ଯେ ଆଜି ଯେତେବେଳେ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଛି ସେତେବେଳେ ବିଶ୍ୱର ହିତ ପାଇଁ ଆମେ କିପରି ମିଳିମିଶି ମହତ୍ୱକାଂକ୍ଷା ରଖି କାର୍ଯ୍ୟ କରିବା ସେ ନେଇ ଭାରତ ନିଜ ଚିନ୍ତାଧାରା ଶେୟାର କରିବାକୁ ଚାହୁଁଛି ବୋଲି ମୋଦୀ କହିଥିଲେ।