ମହାରାଷ୍ଟ୍ରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଶରଦ ପାୱାର, କ’ଣ କରିବେ ଉଦ୍ଧବ ?

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଅନେକ ନେତା ଏହି ପଦଯାତ୍ରାରେ ସାମିଲ ହୋଇସାରିଛନ୍ତି । କୁହାଯାଉଛି ଯେ, ଏହି ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବା ସମୟରେ ଅନେକ ବିରୋଧୀ ନେତା ଏଥିରେ ଯୋଗ ଦେଇପାରନ୍ତି । ଏହି ଯାତ୍ରା ଜରିଆରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାର କରିବାକୁ ପ୍ରୟାସ କରୁଛି । ମହାରାଷ୍ଟ୍ର ପହଞ୍ଚିବା ପରେ ଏନସିପି ନେତା ଶରଦ ପାୱାର ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯାତ୍ରାରେ ପାୱାରଙ୍କ ସାମିଲ ହେବା ବିରୋଧୀ ଏକତାର ସନ୍ଦେଶ ଯିବ।

ଏନସିପି ମୁଖ୍ୟ ଶରଦ ପାୱାର ଏହି ଯାତ୍ରାକୁ ପୂର୍ବରୁ ପ୍ରଶଂସା କରିସାରିଛନ୍ତି । ସେ କହିଥିଲେ, ଏହି ଯାତ୍ରା ସମାଜରେ ଭାଇଚାରା ସ୍ଥାପନ କରୁଛି । ଏହାସହ କଂଗ୍ରେସ ନେତାଙ୍କ ପକ୍ଷରୁ ଯାତ୍ରାରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ସେ କହିଥିଲେ । ଅଶୋକ ଚୌହ୍ୱାନ, ବାଲାସାହେବ ଥୋରାଟ ମଧ୍ୟ ଯାତ୍ରାରେ ସାମିଲ ହେବେ। ନଭେମ୍ୱର ୭ କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.