ବିଚାରପତି ନିଯୁକ୍ତି ମାମଲା: ୩ ଦିନ ଭିତରେ ୪୪ ଜଣଙ୍କ ନାଁ ଚୟନ କରି ପଠାଇବୁ ବୋଲି ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ନେଇ ଆଜି ଶୁଣାଣି ବେଳେ ଆଜି ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଉଚ୍ଚନ୍ୟାୟାଳୟରେ ନିଯୁକ୍ତି ପାଇଁ ୩ ଦିନରେ ୪୪ ବିଚାରପତିଙ୍କ ନାଁ କ୍ଲିୟର କରାଯିବ ବୋଲି କେନ୍ଦ୍ର ସରକାର କହିଥିଲେ।

କଲେଜିୟମ ବ୍ୟବସ୍ଥା ନେଇ କୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ହୋଇଥିଲେ। ଦେଶର ଆଇନ ମାନିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ପେଣ୍ଡିଂ ଥିବା ନାଁ ଗୁଡ଼ିକ ଯଥା ଶୀଘ୍ର ନିଯୁକ୍ତି ପାଇଁ କ୍ଲିୟର କରିବାକୁ କହିଥିଲେ।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ୍ ଆର୍‌. ଭଙ୍କଟରମଣୀ। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ସମୟ ଅନୁସାରେ ହେବ। ତେବେ ହାଇକୋର୍ଟ କଲେଜିୟମ ପ୍ରସ୍ତାବିତ ୧୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ ଜଣଙ୍କ ନାଁରେ ମୋହର ଲଗାଯାଇ ଚଳତି ସପ୍ତାହର ଶେଷ ଭିତରେ ସୁପ୍ରିମକୋର୍ଟରେ ଦିଆଯିବ ବୋଲି ସେ କହିଛନ୍ତି।  

ସେହିପରି ସୁପ୍ରିମକୋର୍ଟରେ ୫ ବିଚାରପତିଙ୍କ ନିଯୁକ୍ତି ନେଇ ଏସ୍‌କେ କୌଲ ଓ ଏସ୍‌ ଓକା ଭେଙ୍କଟରମଣୀଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ଏଜି କହିଥିଲେ ଯେ ସ ନେଇ ଭିନ୍ନ ବିନ୍ନ ମତ ପ୍ରକାଶ ପାଉଛି। ତେବେ ଏହି ମାମଲା ଫେବ୍ରୁଆରୀ ୩ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.