‘୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦ ଲକ୍ଷ ନୂଆ ନିଯୁକ୍ତି, କୃଷି ଋଣ ଛାଡ଼’, ଗୁଜରାଟବାସୀଙ୍କୁ ରାହୁଲଙ୍କ ୮ ପ୍ରତିଶ୍ରୁତି

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଆମ ଆଦମୀ ପାର୍ଟି ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି । ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ବର୍ଷା କରିଛନ୍ତି । ଗୁଜରାଟବାସୀଙ୍କୁ ୮ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, 'ବିଜେପିର ଡବଲ ଇଞ୍ଜିନ ଧୋକାରୁ ରକ୍ଷା କରିବୁ, ରାଜ୍ୟରେ ପରିବର୍ତ୍ତନର ଉତ୍ସବ ମନାଇବୁ' । ଏହାସହ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକଙ୍କୁ ୧୦ ଲକ୍ଷ ଚାକିରି, କୃଷକଙ୍କ ୩ ଲକ୍ଷ ଯାଏଁ ଋଣ ଛାଡ ନେଇ ଟ୍ୱିଟ୍‌ରେ ଘୋଷଣା କରିଛନ୍ତି । ଏହାସହ ଗୁଜରାଟର ଜନତାଙ୍କ ପାଇଁ ୮ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ।

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି

୧. ଗୃହିଣୀଙ୍କ ପାଇଁ ୫୦୦ ଟଙ୍କାରେ ଘରୋଇ ଗ୍ୟାସ ସିଲିଣ୍ଡର, ୩୦୦ ୟୁନିଟ୍ ମାଗଣା ବିଜୁଳି । ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ ।

୨. କେଜିରୁ ପିଜି ଯାଏଁ ଝିଅମାନଙ୍କୁ ମାଗଣା ଶିକ୍ଷା, ରାଜ୍ୟରେ ୩ ହଜାର ନୂଆ ଇଂରାଜୀ ମାଧ୍ୟମ ସ୍କୁଲ

୩. ଯୁବକଙ୍କ ପାଇଁ ୧୦ ଲକ୍ଷ ସରକାରୀ ଚାକିରି । ୩୦୦୦ ଟଙ୍କାର ବେରୋଜଗାରୀ ଭତ୍ତା

୪. କରୋନାର ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

୫. ଆଧୁନିକ ସୁବିଧାରେ ଭରପୁର ନୂଆ ସରକାରୀ ହସ୍ପିଟାଲ ନିର୍ମାଣ କରାଯିବ । ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା

୬. କୃଷକଙ୍କ ପାଇଁ ୩ ଲକ୍ଷ ଯାଏଁ ଋଣ ଛାଡ । ବିଜୁଳି ବିଲ୍ ଛାଡ କରାଯିବ ।

୭. ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ

୮. ଇନ୍ଦିରା ରୋଷେଇ ଯୋଜନାରେ ଗରିବ ଲୋକଙ୍କୁ କେବଳ ୮ ଟଙ୍କାରେ ଭୋଜନ ଗ୍ୟାରେଣ୍ଟି

wp:html /wp:html

ରାଜ୍ୟରେ ଡିସେମ୍ୱର ୧ ଏବଂ ୫ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ୱର ୮ରେ ଫଳାଫଳ ଆସିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.