ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବିଜେପି ସହ ମେଣ୍ଟ କରିବା ଅପେକ୍ଷା ମରିଯିବା ଭଲ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

30/01/2023 at 2:13 PM

ପାଟନା: ମୁଁ ବଞ୍ଚିଥିବା ଯାଏ ବିଜେପି ସହ ଆଉ ମେଣ୍ଟ କରିବି ନାହିଁ। ବିଜେପି ସହ ମେଣ୍ଟ କରିବା ଅପେକ୍ଷା ମରିଯିବା ଶ୍ରେୟସ୍କର। ଆଜି(ଜାନୁଆରୀ) ଏଭଳି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଗତକାଲି ରାଜ୍ୟ ବିଜେପି ମୁଖ୍ୟ ନୀତୀଶ କୁମାରଙ୍କୁ ପେଣ୍ଡୁଲମ୍ ସହ ତୁଳନା କରିଥିଲେ। ପେଣ୍ଡୁଲମ ଭଳି ନୀତୀଶଙ୍କର ଏପାଖ ସେପାଖ ହେବା ଗୁଣ ରହିଛି। ବିଜେପି, ଜେଡିୟୁ ସହ ମେଣ୍ଟ କରି ଆଉ ଧୋକା ଖାଇବ ନାହିଁ ବୋଲି ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ୱାଲ କହିଥିଲେ। ଆଜି ଏହାର ଜବାବ ରଖିଛନ୍ତି ନୀତୀଶ କୁମାର।

ଏନେଇ ସେ କହିଛନ୍ତି ” ମୁଁ ମୃତ୍ୟୁ ଯାଏ ବିଜେପି ସହ ମେଣ୍ଟ କରିବି ନାହିଁ। ବରଂ ମୁଁ ମୃତ୍ୟୁ ସ୍ୱୀକାର କରି ନେବି ହେଲେ ବିଜେପି ସହ ମେଣ୍ଟ କରିବି ନାହିଁ।” ଏଥିସହିତ ନୀତୀଶ ଆହୁରି କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁ ନଥିଲେ। କିନ୍ତୁ ବିଜେପି ତାଙ୍କୁ ବାଧ୍ୟ କରି ମୁଖ୍ୟମନ୍ତ୍ରୀ କରିଥିଲା। ତେବେ ଏଥର ନିର୍ବାଚନ ହେବାକୁ ଦିଅ। ସେତେବେଳେ କିଏ କେତେ ଆସନ ଜିତିବ ସମସ୍ତେ ଜାଣିପାରିବେ ବୋଲି ନୀତୀଶ କହିଛନ୍ତି।  

ଏଥିସହିତ ବର୍ତ୍ତମାନର ବିଜେପି ନେତାଙ୍କୁ ନୀତୀଶ ସମାଲୋଚନା କରିଛନ୍ତି। ଅଟଳ ବିହାରି ବାଜପେୟୀ ଓ ଆଡ୍‌ଭାନୀଙ୍କ ସମୟରେ କଥା ଅଲଗା ଥିଲା ବୋଲି ସେ କହିଛନ୍ତି। ନୀତୀଶ କହିଛନ୍ତି “ଆମେ ସବୁବେଳେ ଅଟଳ ବିହାରୀ ବାଜପେୟୀ ଓ ଲାଲ୍‌ କୃଷ୍ଣ ଆଡ୍‌ଭାନୀଙ୍କୁ ସମ୍ମାନ କରୁ। ସେଥିପାଇଁ ସବୁବେଳେ ଆମେ ତାଙ୍କ ପକ୍ଷରେ ରହିଥିଲୁ।”

ନୀତୀଶ ଏକ ପେଣ୍ଡୁଲମ୍ ପରି, କେବେ ଏପାଖ ତ କେବେ ସେପାଖ, ବିଜେପି ତାଙ୍କ ସହ ଯାଇ ଆଉ ଧୋକା ଖାଇବନି

ଅନ୍ୟପଟେ ଗତକାଲି ନୀତୀଶ କୁମାରଙ୍କ ସହ ମେଣ୍ଟ କରିବା ନେଇ ପ୍ରଶ୍ନରେ ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୈଶ୍ୱାଲ ନୀତୀଶଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ବିହାରରେ ନୀତୀଶ କୁମାରଙ୍କ ସହ ଆଉ ମେଣ୍ଟ ହେବନି। ତାଙ୍କ ଲୋକପ୍ରିୟତା ନଥିବାରୁ ବିଜେପି ପୁଣିଥରେ ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ। ବିହାର ଦରଭଙ୍ଗା ଜିଲ୍ଲାରେ ପାର୍ଟିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇ ଏପରି କହିଥିଲେ ରାଜ୍ୟ ବିଜେପି ମୁଖିଆ।

ସେ କହିଛନ୍ତି “ମେଣ୍ଟ ନେଇ ଆମ ନେତାଙ୍କ ଭିତରେ ଯେଉଁ ଗୁଜବ ରହିଛି ସେଥିରେ ରୋକ ଲଗାଇବାକୁ କହୁଛୁ। ତେବେ ହଁ ପେଣ୍ଡୁଲମ ପରି ମୁଖ୍ୟମନ୍ତ୍ରୀଙ୍କର ଏପାଖ ସେପାଖ ହେବାର ଗୁଣ ରହିଛି। ହେଲେ ଆମେ ପୁଣିଥରେ ତାଙ୍କ ଦ୍ୱାରା ଧୋକାର ଶିକାର ହେବୁନି।”

ଗତ ନିର୍ବାଚନରେ ବିଜେପି ସର୍ବାଧିକ ଆସନ ଜିତିଥିବା ବେଳେ ନୀତୀଶ କୁମାରଙ୍କ ଦଳ ବିଜେପି ସହ ମିଶି ସରକାର ଗଢ଼ିଥିଲା। ହେଲେ ବିଜେପି ସହ ନ ପଟିବାରୁ ସେ ପୁଣି ଆର୍‌ଜେଡି ସହ ମିଶିଗଲେ। ଫଳରେ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହୋଇଛି।

ଏନେଇ ଜୈଶ୍ୱାଲ କହିଛନ୍ତି “ ନୀତୀଶ କୁମାର ଆଉ ଲୋକପ୍ରିୟ ନୁହଁନ୍ତି। ଏଥିପାଇଁ ତାଙ୍କ ଦଳ ଜେଡିୟୁ ୨୦୨୦ ନିର୍ବାଚନରେ ଖରାପ ପ୍ରଦର୍ଶନ କଲା। ଆମେ ଭଲ ପ୍ରଦର୍ଶନ କରିଥିଲୁ।”

ଜୈଶ୍ୱାଲା କହିଛନ୍ତି “ନିର୍ବାଚନ ପୂର୍ବରୁ ମେଣ୍ଟ ପାଇଁ ନିଷ୍ପତ୍ତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦାରତା ଦେଖାଇ ପ୍ରତିଶ୍ରୁତିରେ ଦୃଢ଼ ରହିଥିଲେ। ହେଲେ ନୀତୀଶ ଏହାକୁ ଶେଷ କରି ବିରୋଧୀ ଦଳରେ ଯାଇ କ୍ଷମତା ଭୋଗ କରୁଛନ୍ତି। ସେ ଜଣେ ଅଭ୍ୟାସଗତ ଧୋକାବାଜ। ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରସା କଲେ ନୀତୀଶ ତାର ଫାଇଦା ଉଠାଇଲେ। “

ଅନ୍ୟପଟେ ବିଜେପି ଉପରେ ଫାଟ ସୃଷ୍ଟି କରିବାର ଅଭିଯୋଗ ଲଗାଇଛନ୍ତି ଜେଡିୟୁ। ବିଜେପି ତା ପୁରୁଣା ସହଯୋଗୀ ଆର୍‌ସିପି ସିଂହଙ୍କ ସହ ମିଶି ଜେଡିୟୁରେ ଫାଟ ସୃଷ୍ଟି କରୁଥିଲା। ଚିରାଗ ପାଶ୍‌ୱାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି ସହ ମିଶି ବିଜେପି ହଙ୍ଗାମା କରୁଥିଲା ବୋଲି ଜେଡିୟୁ କହିଛି।  

ଏବେ ରାଜ୍ୟରେ ବିଜେପି ଆଉ ନୀତୀଶଙ୍କ ସହ ମେଣ୍ଟ କରିବନି। ପରବର୍ତ୍ତି ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଆସନ୍ତା ବର୍ଷ ଥିବା ଲୋକସଭା ନିର୍ବାଚନରେ ଦଳ ୪୦ ଆସନରୁ ୩୫ ଟି ଆସନ ହାତେଇବାକୁ ଯୋଜନା କରୁଛି ବୋଲି ଜୈଶ୍ୱାଲ କହିଛନ୍ତି।

   Related Posts