ବର୍ଷାରେ ଧୋଇ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ? ଜାଣନ୍ତୁ ବିଶାଖାପଟନମର ପାଣିପାଗ
18/03/2023 at 7:26 PM

ବିଶାଖାପଟନମ: ପ୍ରଥମ ଦିନିକିଆକୁ ଭାରତ ଚମତ୍କାର ଢଙ୍ଗରେ ଜିତିଛି। ମୁମ୍ବାଇର ଓ୍ଵାଙ୍ଖଡେରେ ଖେଳାଯାଇଥିବା ମୁକାବିଲାକୁ ୫ ଓ୍ଵିକେଟ୍ରେ ଜିତି ଭାରତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଏବେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମୁକାବିଲା ଆସନ୍ତାକାଲି ବିଶାଖାପଟନମରେ ଖେଳାଯିବ। ତେବେ ଦ୍ଵିତୀୟ ଦିନିକିଆ ବର୍ଷାରେ ଧୋଇ ହୋଇଯିବାର ଆଶଙ୍କା ଦେଖା ଦେଇଛି।
ଦ୍ଵିତୀୟ ଦିନିକିଆ ଉପରେ ବର୍ଷାର କଳା ବାଦଲ ଛାଇ ଯାଇଛି। ଭାରତର ଅନେକ ରାଜ୍ୟରେ ପାଣିପାଗରେ ଅଚାନକ ପରିବର୍ତ୍ତନ ଆସିଛି। ଗରମ ସମୟରେ ଦିଲ୍ଲୀ, ମଧ୍ୟ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ସମେତ ଅନେକ ରାଜ୍ୟର କିଛି ସହୟରେ ପ୍ରବଳ ବର୍ଷା ହୋଇଛି।
ବିଶାଖାପଟନମରେ ମଧ୍ୟ ପାଣିପାଗ ଠିକ୍ ଏହି ପରି ରହିଛି। ରବିବାର ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆକ୍ଵେଦର ଅନୁଯାୟୀ, ରବିବାର ବିଶାଖାପଟନମରେ ୮୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି ଏବଂ ଦିନସାରା ବାଦଲ ଛାଇ ରହିବ।

ବିଶେଷ କରି ରବିବାର ସକାଳେ ବର୍ଷାର ଆଶଙ୍କା ଅଧିକ ରହିଛି। ଏମିତିରେ ପଡିଆ ଅଦା ହେଲେ ଟସ୍ରେ ବିଳମ୍ବ ବି ଘଟିପାରେ। ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୫ଟାରେ ପ୍ରାୟ ୫୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏମିତି ହେଲେ ମ୍ୟାଚ୍ରେ ଓଭର ସଂଖ୍ୟା କମିପାରେ।
ବିଶାଖାପଟନମରେ ରବିବାର ପାଣିପାଗର ପୂର୍ବାନୁମାନ
ସର୍ବାଧିକ ତାପମାତ୍ରା- ୨୬ ଡିଗ୍ରୀ ସେଲସିୟସ୍
ସର୍ବନିମ୍ନ ତାପମାତ୍ରା- ୨୩ ଡିଗ୍ରୀ ସେଲସିୟସ୍
ବର୍ଷା ଆଶଙ୍କା- ୮୦ ପ୍ରତିଶତ
ବାଦ ଛାଇ ରହିବ- ୭୯ ପ୍ରତିଶତ
ଘଣ୍ଟା ପ୍ରତି ପବନର ବେଗ- ୩୨ କିମି
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ/ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର।
ଅଷ୍ଟ୍ରେଲିଆର ସମ୍ଭାବିତ ଚୂଡାନ୍ତ ଏକାଦଶ
ଡେଭିଡ୍ ଓ୍ଵାର୍ଣ୍ଣର/ଟ୍ରେଭିସ୍ ହେଡ୍, ମିଚେଲ୍ ମାର୍ଶ, ଷ୍ଟିଭେନ ସ୍ମିଥ(ଅଧିନାୟକ), ମାର୍ନସ ଲାବୁସେନ, ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସଓ୍ଵେଲ, କ୍ୟାମେରୁନ ଗ୍ରୀନ, ଜୋଶ ଇଙ୍ଗ୍ଲିସ, ସିନ୍ ଏବଟ୍, ମିଚେଲ୍ ଷ୍ଟାର୍କ, ଆଡମ ଜାମ୍ପା।