ରାହୁଲ ଗାନ୍ଧିଙ୍କର ସଂସଦୀୟ ପଦବୀ ଫେରିବ ନା କଟକଣା ରହିବ ବଳବତ୍ତର, ସୁରଟ ସେସନସ କୋର୍ଟରେ ରାୟ ଆସିବା ସମ୍ଭାବନା

Published By : Prameya-News7 Bureau | April 20, 2023 IST

ନୂଆଦିଲ୍ଲୀ ୨୦/୦୪: କଣ ରାହୁଲ ଗାନ୍ଧିଙ୍କର ସଂସଦୀୟ ପଦବୀ ଫେରିବ ନା ତାଙ୍କ ବିରୋଧରେ ଲାଗିଥିବା କଟକଣା ବଳବତ୍ତର ରହିବ। ଆଜି ସୁରତ ସେସନସ କୋର୍ଟରେ ଏହା ଉପରେ ରାୟ ଆସିବା ସମ୍ଭାବନା ରହିଛି। ଯଦି ରାହୁଲଙ୍କ ଉପରେ ଲାଗିଥିବା ୨ ବର୍ଷ ଦଣ୍ଡାଦେଶକୁ କୋହଳ କରନ୍ତି ତେବେ ରାହୁଲଙ୍କ ସଦସ୍ୟତା ଫେରିପାରେ ।

୨୦୧୯ ନିର୍ବାଚନ ପ୍ରଚାର ସମୟରେ ମୋଦି ସାଜ୍ଞାଧାରୀ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ରାହୁଲ ଗାନ୍ଧି ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। ଯାହା ଉପରେ ଆପତ୍ତି ଦର୍ଶାଇ ସୁରଟରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୩ ମାର୍ଚ୍ଚରେ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

ଯେହେତୁ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ହୋଇଥିଲା ତେଣୁ ଲୋକସଭାରୁ ତାଙ୍କର ସଦସ୍ୟତା ରଦ୍ଦ କରାଯାଇଥିଲା। ତେବେ ତଳ କୋର୍ଟଙ୍କ ରାୟ ବିରୋଧରେ ଏପ୍ରିଲ ୪ ତାରିଖରେ ରାହୁଲ ଗାନ୍ଧି ସେସନସ କୋର୍ଟରେ ଆବେଦନ କରିଥିଲେ। ଯାହାର ବିଚାର କରି କୋର୍ଟ ଆଜି ତାଙ୍କ ରାୟ ଦେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.