ପରିଣୀତିଙ୍କ ହାତ ଧରିବେ ରାଘବ ! ନିର୍ବନ୍ଧ ପାଇଁ ଉଭୟ ପରିବାର ଆରମ୍ଭ କଲେ ପ୍ରସ୍ତୁତି

Published By : Prameya-News7 Bureau | March 26, 2023 IST

ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଢ଼ା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ବଢିବା ପରେ ଏବେ ଆଉ ଏକ ବଡ଼ ଦାବି କରାଯାଉଛି । ରିପୋର୍ଟ ଅନୁସାରେ ଉଭୟଙ୍କ ପରିବାର ପୂର୍ବରୁ ହିଁ ନିର୍ବନ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି । ରାଘବ ଚଢ଼ା ପୂର୍ବରୁ ପରିଣୀତିଙ୍କ ସହ ତାଙ୍କ ସମ୍ପର୍କ ଉପରେ କୌଣସି ବୟାନ ଦେଇ ନଥିଲେ ମଧ୍ୟ ଏହାକୁ ଖଣ୍ଡନ କରି ନଥିଲେ । ରାଘବ କହିଥିଲେ, ‘ରାଜନୀତି ଉପରେ ପ୍ରଶ୍ନ କର, ପରିଣୀତିଙ୍କ ବିଷୟରେ ନୁହେଁ’ । ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଭେଟିବା ପରେ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରଲ ହେବା ସହ ଚର୍ଚ୍ଚାକୁ ବଳ ଦେଇଥିଲା ।

ରାଘବ ଚଢା ଏବଂ ପରିଣୀତି ଚୋପ୍ରା ଉଭୟ ନିଜ ସମ୍ପର୍କକୁ ନେଇ ଚୁପ୍ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦୁହେଁ ଏକା ସଙ୍ଗରେ ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସରେ ପାଠ ପଢିଛନ୍ତି । ଏହାସହ ଦୁହିଁଙ୍କ ଅନେକ କମନ ଫ୍ରେଣ୍ଡ ଅଛନ୍ତି । ତେବେ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ଦୁହିଁଙ୍କ ପରିବାର ବିବାହ ଉପରେ ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ରାଘବ ଏବଂ ପରିଣୀତି ପରସ୍ପରକୁ ପସନ୍ଦ କରୁଛନ୍ତି ଏବଂ ଉଭୟଙ୍କ କମିଟେଡ୍ ଅଛନ୍ତି । ଉଭୟଙ୍କ ପରିବାର ମଧ୍ୟ ଏହା ଜାଣିଛନ୍ତି ଏବଂ ଶୀଘ୍ର ଏନେଇ ଘୋଷଣା କରିପାରନ୍ତି । ପରିବାର ଏବଂ କିଛି ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ହିଁ ସମାରୋହ ଆୟୋଜନ କରାଯିବ ବୋଲି ଚର୍ଚ୍ଚା ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.