Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଆମେରିକାକୁ ରୋକ୍‌ ଠୋକ୍ ଶୁଣାଇଲା ଚୀନ; ତାଇୱାନ ଆମର, ଦରକାର ପଡ଼ିଲେ ଯୁଦ୍ଧ କରିବାକୁ ପଛାଇବୁ ନାହିଁ

10/06/2022 at 7:11 PM

ବେଜିଂ: ଋଷର ସାହାସ ଦେଖି ତାଇୱାନ ଉପରେ ଆକ୍ରମଣ କରିବାକୁ ବାହାରିଛି ଚୀନ। ଯଦି ତାଇୱାନ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରେ ତେବେ ଆମେ ଯୁଦ୍ଧ କରିବାକୁ ବି ପଛାଇବୁ ନାହିଁ ବୋଲି ଚୀନ କହିଛି। ଆମେରିକା ପ୍ରତିରକ୍ଷାମନ୍ତ୍ରୀଙ୍କୁ ରୋକ୍‌ଠୋକ୍‌ ଏହା ଶୁଣାଇ ଦେଇଛନ୍ତି ଚୀନ ବୈଦେଶିକ ବ୍ୟାପାରମନ୍ତ୍ରୀ ୱେଇ ଫେଙ୍ଗେ।

ଶୁକ୍ରବାର ଉଭୟ ଦେଶର ବୈଦେଶିକ ମନ୍ତ୍ରାଳୟ ମଧ୍ୟରେ ହୋଇଥିବା ମୁହାଁମୁହିଁ ଆଲୋଚନାରେ ଏଭଳି ଖୋଲଖୋଲି ଚେତାବନୀ ଦେଇଛି ଚୀନ। ଆମେରିକାର ପ୍ରତିରକ୍ଷା ସଚିବ ଲିୟୋଡ ଅଷ୍ଟିନଙ୍କ ସହ ଆଲୋଚନା ବେଳେ ଚୀନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ଉୁ କିଆନ କହିଛନ୍ତି “ ଯଦି କେହି ତାଇୱାନକୁ ଚାଇନା ଠାରୁ ଅଲଗା କରିବାକୁ ସାହସ କରେ ତେବେ ପରିଣାମ ଯାହା ହେଉ ନା କାହିଁକି ଚୀନ ସେନା ଯୁଦ୍ଧ କରିବାକୁ ପଛାଇବେ ନାହିଁ।”

କେବଳ ସେତିକି ନୁହେଁ, ତାଇୱାନର କୌଣସି ଭି ସ୍ୱଧୀନତା ପ୍ରାପ୍ତିର ଷଡ଼ଯନ୍ତ୍ରକୁ ଚୀନ ଦୃଢ଼ ହସ୍ତରେ ଦମନ କରି ମାତୃଭୂମିର ଏକତା ପାଇଁ ଚୀନ ଶପଥ ନେଇଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି। ତାଇୱାନ ମାନେ ଚୀନର ତାଇୱାନ। ହେଲେ ତାଇୱନକୁ ବ୍ୟବହାର କରି ଚୀନକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ମନ୍ତ୍ରାଳୟ କହିଛି।

ସିଙ୍ଗାପୁରରେ ଉଭୟ ଦେଶ ମଧ୍ୟରେ ହୋଇଥିବା ବୈଠକରେ ଅଷ୍ଟିନ ଚୀନର ବୈଦେଶିକ ସଚିବକୁ ତାଇୱାନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାରୁ ଦୂରେଇ ରହିବାକୁ କହିଥିଲେ। ତାଇୱାନ ସୀମାରେ ଅସ୍ଥିର ପରିସ୍ଥିତି ସୃଷ୍ଟି ନ କରିବାକୁ ଚୀନକୁ କହିଥିଲେ ଆମେରିକା ବୈଦେଶିକ ସଚିବ। ହେଲେ ଚୀନ କିନ୍ତୁ ଆମେରିକାକୁ ସିଧା ସିଧା ଯୁଦ୍ଧ କଥା କହିଥିଲା।

ସୂଚନା ଥାଉକି ତାଇୱାନ ଏକ ସ୍ୱଆୟତ ଗଣତନ୍ତ୍ର ଶାସନରେ ଚାଲୁଥିବା ଦ୍ୱୀପଦେଶ। ହେଲେ ଚୀନ କିନ୍ତୁ ଏହାକୁ ସ୍ୱୀକାର କରୁନାହିଁ। ଏହା ଚୀନର ସୀମା ବୋଲି କହୁଛି ଓ ବାରମ୍ବାର ଏହି ଦ୍ୱୀପଦେଶକୁ ଅକ୍ତିର କରିବାକୁ ଧମକ ଦେଉଛି। ଦିନେ ନା ଦିନେ ଏହାକୁ ସିଜ୍ କରିବ ବୋଲି ଚୀନ ଶପଥ ମଧ୍ୟ ନେଇଛି।  

   Related Posts