ପୁଣିଥରେ ହେବ କି ନିଟ୍ ୟୁଜି ପରୀକ୍ଷା? ସତ୍ୟପାଠ ଦାଖଲ କଲା କେନ୍ଦ୍ର, ସୁପ୍ରିମକୋର୍ଟରେ ଆଜି ଶୁଣାଣି

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଲୀ  ୧୧/୦୭: ନିଟ୍ ୟୁଜି ପରୀକ୍ଷା ମାମଲାରେ ଆଜି ସୁପ୍ରିମକୋର୍ଟରେ ଆସିପାରେ ଚୂଡାନ୍ତ ରାୟ । ଏହାପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ସତ୍ୟପାଠ ରିପୋର୍ଟ । ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ପରେ ସୁପ୍ରିମକୋର୍ଟ ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଏବଂ ଏନଟିଏକୁ ବୁଧବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ । 

ସୋମବାର ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ପ୍ରଶ୍ନପତ୍ର ଲିକର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଅନ୍ୟମାନଙ୍କଠାରୁ ଚିହ୍ନଟ କରିବାର ସମ୍ଭାବନା ଉପରେ ଜବାବ ଦାଖଲ କରିବାକୁ କହିଥିଲେ।

ନିଟ୍-ୟୁଜି ପରୀକ୍ଷାର ତଥ୍ୟ ଅନୁଧ୍ୟାନ ପରେ ସରକାର ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ ନିଜ ସତ୍ୟପାଠରେ ଯୋଡ଼ିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ । 

ସରକାର କହିଛନ୍ତି ଯେ ତଥ୍ୟ ବିଶ୍ଳେଷଣରେ କୌଣସି ବଡ଼ ଧରଣର ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ। ତେଣୁ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସରକାର ସମର୍ଥନ କରୁନାହାନ୍ତି ବୋଲି କୁହାଯାଉଛି। ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ଆରମ୍ଭ ହେବ। ଏହି ମାମଲାରେ ଏନଟିଏ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.