ଆନ୍ଧ୍ର ପ୍ରଦେଶରେ ଜଗନଙ୍କ ଦ୍ୱିତୀୟ ପାଳି ନା କ୍ଷମତା ପରିବର୍ତ୍ତନ ? ଆସିବ ଫଳାଫଳ

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ଚାଲିଥିବା ନିର୍ବାଚନୀ ମହାପର୍ବରେ ଆଜି ପରିଣାମର ଦିନ । ୮୦ ଦିନର ନିର୍ବାଚନୀ ପ୍ରକ୍ରିୟା ପରେ ଆଜି ଖୋଲିବ ଇଭିଏମ । ଲୋକସଭା ସହ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ରେଜଲ୍ଟ ମଧ୍ୟ ଆଜି ସାମନାକୁ ଆସିବ ।

ଆନ୍ଧ୍ର ପ୍ରଦେଶରେ ମୋଟ ୩.୩୩ କୋଟି ଭୋଟର ୧୭୫ ବିଧାନସଭା ଆସନ ଏବଂ ୨୫ ଲୋକସଭା ପାଇଁ ମତଦାନ କରିଥିଲେ । ଏହାସହ ମୋଟ ୪.୬୧ ପୋଷ୍ଟାଲ ବାଲାଟ୍ ଏବଂ ଘରେ ରହି ୨୬,୭୨୧ ଜଣ ଭୋଟ ଦେଇଛନ୍ତି । ସେହିପରି ଇଲେକ୍ଟ୍ରୋନିକାଲି ୨୬,୭୨୧ ଜଣ ସର୍ଭିସ୍ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆନ୍ଧ୍ର ପ୍ରଦେଶ ବିଧାନସଭା ପାଇଁ ମୋଟ ୨୩୮୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପୁଲ୍ଲିଭେନ୍ଦୁଲାରୁ ନିର୍ବାଚନ ଲଢୁଛନ୍ତି । ସେହିପରି ଟିଡିପି ଅଧ୍ୟକ୍ଷ ଏନ.ଚନ୍ଦ୍ରବାବୁ ନାଇଡୁ କୁପ୍ପମ ବିଧାନସଭା ଆସନରୁ ମୈଦାନରେ ଅଛନ୍ତି । ଅନ୍ୟପଟେ ଏନଡିଏର ସହଯୋଗୀ ଦଳ ଜନସେନାର ମୁଖ୍ୟ ପୱନ କଲ୍ୟାଣ ପିଥାପୁରମରୁ ନିର୍ବାଚନ ଲଢୁଛନ୍ତି । ଅନେକ ଏକଜିଟ୍ ପୋଲରେ ଏଥର ଜଗନମୋହନ ରେଡ୍ଡିଙ୍କ ପାର୍ଟିରେ ପଛରେ ପଡ଼ୁଥିବା ବେଳେ ଏନଡିଏ ସ୍ପଷ୍ଟ ବହୁମତ ପାଉଥିବା କୁହାଯାଇଥିଲା । ତେବେ ଆଜି ଚିତ୍ର ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.