ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଆସନ୍ତା IPLରେ ବି ଚେନ୍ନାଇ ପାଇଁ ଖେଳିବେ ନା ଅବସର ନେବେ ଧୋନୀ? କହିଲେ,‘ଏବେ କିଛି କହିପାରିବି ନାହିଁ, କାରଣ…’

7/10/2021 at 4:25 PM

ନୂଆଦିଲ୍ଲୀ ୦୭/୧୦ : ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହୋଇଛି । ଟସ୍‌ ବେଳେ ସିଏସ୍‌କେର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ଧୋନୀ କହିଛନ୍ତି ଯେ, ‘ଆସନ୍ତା IPLରେ ସେ ଖେଳାଳୀ ଭାବେ ଚେନ୍ନାଇ ଟିମରେ ଖେଳିବେ କି ନାହିଁ ସେ ନେଇ ଏବେ ଠାରୁ ସ୍ପଷ୍ଟ କରିବା ମୁସ୍କିଲ ।’

ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ପଡିବା ପରେ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି, ‘ଆସନ୍ତା ସିଜିନ୍‌କୁ ନେଇ ଅନିଶ୍ଚିତତା ରହିଛି । କାରଣ ଆସନ୍ତା ବର୍ଷ ୨ଟି ନୂଆ ଟିମ ଆସିବେ । ତେଣୁ ଖେଳାଳିମାନଙ୍କୁ କିଣିବା ନେଇ କେଉଁ ପଲିସି ରହିବ, କେଉଁ ଖେଳାଳୀଙ୍କୁ ସ୍ଥାନ ଦିଆଯିବ, ଖେଲାଳିମାନଙ୍କୁ କିଣିବାକୁ ନେଇ କେଉଁଭଳି ଭାବେ ପଲିସି ରହିବ ତାହା ଦେଖିବାକୁ ହେବ ।’

ସୂଚନାଯୋଗ୍ୟ, ଆସନ୍ତା ଆଇପିଏଲ ସିଜିନ ପାଇଁ ମହେନ୍ଦ୍ର ସିଂହ ଧୋନୀ ୨ୟ ଥର ପାଇଁ ବୟାନ ଦେଇଛନ୍ତି । ଆଇପିଏଲରୁ ଅବସର ନେଇ ଧୋନୀ ପୂର୍ବରୁ କହିଥିଲେ, ନିଜର ଶେଷ ମ୍ୟାଚ୍‌ ଚେନ୍ନାଇରେ ସେଠାକାର ପ୍ରଶଂସକଙ୍କ ସାମ୍ନାରେ ଖେଳିବାକୁ ଚାହୁଁଛନ୍ତି । ତେଣୁ ସେତେବେଳେ ଏହା ମଧ୍ୟ ଅନୁମାନ କରାଯାଇଥିଲା ଯେ, ଆସନ୍ତା ବର୍ଷ ମଧ୍ୟ ଧୋନୀ ଆଇପିଏଲ ଖେଳିପାରନ୍ତି । ଚେନ୍ନାଇ ସୁପର କିଙ୍ଗସ୍ର ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଧୋନୀ ଆସନ୍ତା ବର୍ଷ ମଧ୍ୟ ଖେଳିବା ନେଇ ପ୍ରସ୍ତୁତ ଥିବା କୁହାଯାଇଥିଲା ।

ବଡ କଥା ହେଉଚି ଚଳିତ ଆଇପିଏଲ ପରେ ଏକ ବଡ ଅକ୍ସନ ହେବାକୁ ଯାଉଛି । ଯେଉଁଥିରେ ସମସ୍ତ ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା ହେବ । ଏହା ସହିତ ଆସନ୍ତା ବର୍ଷ ୨ଟି ନୂଆ ଟିମ ସାମିଲ ହେବାକୁ ଯାଉଥିବା ବେଳେ ମୋଟ ୧୦ଟି ଟିମ ପାଇଁ ନିଲାମୀ ପ୍ରକ୍ରିୟା ହେବ । ଏହା ମଧ୍ୟ ଶୁଣିବାକୁ ମିଳୁଛି କି, ସମସ୍ତ ଟିମକୁ ୨/୩ ଜଣ ପୁରୁଣା ଖେଳାଳିଙ୍କୁ ଦଳ ସହ ରହିବାକୁ ଅନୁମତି ଦିଆଯିବ ।

ତେବେ ଧୋନୀଙ୍କ ଏଭଳି ବୟାନ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । କମେଣ୍ଟେଟର ହର୍ଷ ଭୋଗ୍‌ଲେ ଟ୍ବିଟ୍‌କରି ଲେଖିଛନ୍ତି, ମହେନ୍ଦ୍ର ସିଂହ ଧୋନୀ ଆସନ୍ତା ସିଜିନ୍‌ରେ ଖେଳାଳୀ ଭାବେ ଦଳରେ ସାମିଲ ହେବାକୁ ନେଇ ଅନେକ କଥା କହିଛନ୍ତି ।

   Related Posts