T20 World Cup ପୂର୍ବରୁ ଫିଟ୍ ହୋଇଯିବେ ମହମ୍ମଦ ଶାମି ? ଭିଡିଓ ସେୟାର କରି ଦେଲେ ବଡ଼ ମେସେଜ୍

Published By : Prameya-News7 Bureau | April 20, 2024 IST

India Today

ନୂଆଦିଲ୍ଲୀ: କଣ ଟି-୨୦ ବିଶ୍ଵକପ୍‌ ଖେଳିବେ ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ? ଏହି ପ୍ରଶ୍ନ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଗୋଇଠି ଅସ୍ତ୍ରୋପଚାର ପରେ ସଂପ୍ରତି ମହମ୍ମଦ ଶାମି ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ତେଣୁ ତାଙ୍କର ଟି-୨୦ ବିଶ୍ଵକପ୍ ଖେଳିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଗତ ଦିନରେ ଶାମି ସାମାଜିକ ଗଣମାଧ୍ୟମରେ ଏକ ପ୍ରେରଣାଦାୟକ ଲେଖା ସେୟାର କରିଥିଲେ, ଯାହା ପରେ ତାଙ୍କର ବିଶ୍ଵକପ୍ ଖେଳିବା ନେଇ ଆକଳନ କରାଯାଉଛି। କିନ୍ତୁ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

Also read: ପୁଣି ହିଟ୍ ହେଲା 'ଧୋନି ରିଭ୍ୟୁ ସିଷ୍ଟମ୍', ଏଥର THALA ନୁହେଁ ଭୁଲ ପ୍ରମାଣିତ ହେଲେ ଅମ୍ପାୟାର

ସାମାଜିକ ଗଣମାଧ୍ୟମରେ ମହମ୍ମଦ ଶାମି ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନରେ ଲେଖା ହୋଇଛି ଆଘାତ ଆପଣଙ୍କୁ ଭରିଭାଷିତ କରେ ନାହିଁ, ମାତ୍ର  ପ୍ରତ୍ୟାବର୍ତ୍ତନ ସହ ନିଜ ସାଥୀ ଖେଳାଳିଙ୍କ ସହ ପୁନର୍ବାର ଖେଳିବା ପାଇଁ ଚାତକ ପରି ଚାହିଁ ରହିଛି। ଏହି ଭିଡିଓ ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ବିଶ୍ଵକପ୍ ବେଳକୁ ଶାମି ଫିଟ୍ ହୋଇ ଯାଇଥିବେ। ଉଲ୍ଲେଖନୀୟ ଦିନିକିଆ ବିଶ୍ଵକପ୍ ପରଠୁ ଶାମି ପଡ଼ିଆରୁ ଦୂରରେ ଅଛନ୍ତି। ଦିନିକିଆ ବିଶ୍ଵକପ୍‌ରେ ଶାମି ଚମତ୍କାର ପ୍ରଦର୍ଶନ କରି ୨୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ।  ଏହା ସତ୍ତ୍ଵେ ଭାରତୀୟ ଦଳ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଥିଲା। 




ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ଵକପ୍ ସୁଦ୍ଧା ମହମ୍ମଦ ଶାମିଙ୍କ ସଂପୂର୍ଣ୍ଣ ଫିଟ୍ ହେବା ଅସମ୍ଭବ। ମାତ୍ର ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର ଯେ, ଶାମି ଦ୍ରୁତ ଗତିରେ ସୁସ୍ଥତା ଲାଭ କରୁଛନ୍ତି। ଶାମି ଆହତ ହେବା ଗୁଜରାଟ ଟାଇଟନ୍ସକୁ ବଡ଼ ଝଟକା ଲାଗିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.