ସବୁଠୁ ବଡ଼ ଛଟେଇ ପରେ ପୁଣି ଫେସବୁକ୍‌କୁ ଝଟକା ! ପଦ ଛାଡ଼ିବେ କି ମାର୍କ ଜୁକରବର୍ଗ ?

Published By : Prameya-News7 Bureau | November 23, 2022 IST

ନୂଆଦିଲ୍ଳୀ, ୨୩/୧୧: ଦୁନିଆର ବଡ଼ ବଡ଼ ସୋସିଆଲ ମିଡିଆ ପ୍ଳାଟଫର୍ମ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଏପର୍ଯ୍ୟନ୍ତ କେବଳ ଟ୍ବିଟର ଏବଂ ଫେସବୁକ୍ ବଡ଼ ଛଟେଇ କରିବା ସହ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛନ୍ତି। ଏହାରି ମଧ୍ୟରେ ଏକ ତାଜା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛିଦିନ ପୂର୍ବେ ରିପୋର୍ଟରେ ଦାବି କରାଯାଇଥିଲା ଯେ ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ମାର୍କ ଜୁକରବର୍ଗ ଆସନ୍ତା ବର୍ଷ ନିଜ ପଦ ଛାଡ଼ିବେ। ଏହି ଖବର ସାମ୍ନାକୁ ଆସିବା ପରେ ଅନେକ କଳ୍ପନା-ଜଳ୍ପନା ଆରମ୍ଭ ହୋଇଥିଲା। ଅବଶ୍ୟ ଏହି ଖବରକୁ ମେଟା ଖଣ୍ଡନ କରିଛି।

ବର୍ତ୍ତମାନ ସମୟରେ ଟେକ୍ ଇଣ୍ଡଷ୍ଟ୍ରିରେ ଅସ୍ଥିରତା ଦେଖାଦେଇଛି। ଟ୍ବିଟରରୁ ଆରମ୍ଭ ହୋଇ ଛଟେଇ ମାମଲା ଫେସବୁକ୍‌ରେ ପହଞ୍ଚିଛି। ଏପରି ସ୍ଥିତିରେ ଜୁକରବର୍ଗଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅବଶ୍ୟ କମ୍ପାନୀର ଜଣେ ପ୍ରବକ୍ତା ଜୁକରବର୍ଗଙ୍କ ଇସ୍ତଫା କଥାକୁ ଭିତ୍ତିହୀନ କହିଛନ୍ତି। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ମେଟା ସିଇଓ ଆସନ୍ତା ବର୍ଷ ନିଜ ପଦରୁ ଇସ୍ତଫା ଦେବେ। ଏହାର ଉତ୍ତରରେ ଫେସବୁକ୍ ଏଣ୍ଡି ଷ୍ଟୋନ୍ ଏହା ମିଥ୍ୟା ବୋଲି କହିଥିଲେ। ସେପଟେ ଫେସବୁକ୍‌ ବଡ଼ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିବା କାରଣରୁ ଜୁକରବର୍ଗ ଗତ କିଛି ସପ୍ତାହରୁ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି।

ମେଟା ଅନୁଯାୟୀ, ଏହା ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକାରରେ ଛଟେଇ। ଯେଉଁଥିରେ ୧୧ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଥିଲେ। ସେହିଭଳି ମାର୍କ ଜୁକରବର୍ଗ ଏହି ନିଷ୍ପତ୍ତିର ଉତ୍ତରଦାୟିତ୍ବ ନିଜେ ନେଇଥିଲେ। ଜୁକରବର୍ଗ କହିଥିଲେ ଯେ ସେ ଭୁଲ୍ ଭାବିଥିଲେ ଯେ କମ୍ପାନୀ ବିକାଶ କରିବା। କିନ୍ତୁ ଗତ କିଛି ମାସ ମଧ୍ୟରେ କମ୍ପାନୀ ବେଶ୍ କ୍ଷତି ସହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.