ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ କି ମମତା ? ଖୋଦ୍ ଜବାବ ଦେଲେ ଟିଏମସି ମୁଖ୍ୟ

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଦରେ ତୃତୀୟ ଥର ଶପଥ ନେବେ ନରେନ୍ଦ୍ର ମୋଦୀ। ହେଲେ ଏହି ଶପଥ ସମାରୋହରେ ଯୋଗ ଦେବେ ନାହିଁ ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଶନିବାର ଏହି ସୂଚନା ଦେଇଛନ୍ତି। ମମତା କହିଛନ୍ତି, ମୋତେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଆସିନାହିଁ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମମତା କହିଛନ୍ତି, ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସମାରୋହରେ ଯୋଗ ଦେବାର କୌଣସି ଅଭିପ୍ରାୟ ନାହିଁ। ମୁଁ ଦୁଃଖିତ, ମାତ୍ର ଜଣେ ଅସାମ୍ବିଧାନିକ, ବେଆଇନ ପାର୍ଟିକୁ ସରକାର ଗଠନ ପାଇଁ ଶୁଭକାମନା ଜଣାଇ ପାରିବି ନାହିଁ। ମୋର ଶୁଭକାମନା ଦେଶବାସୀଙ୍କ ପାଇଁ ରହିଛି। ମୁଁ ସମସ୍ତ ସାଂସଦଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ନିଜ ପାର୍ଟିକୁ ମଜବୁତ କରନ୍ତୁ। 




ସୂଚନାଯୋଗ୍ୟ, ଆସନ୍ତକାଲି ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ରାଷ୍ଟ୍ରପତି କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଶୁକ୍ରବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଏନଡିଏ ନେତାମାନେ ମଧ୍ୟ ନିଜର ସମର୍ଥନ ପତ୍ରରେ ଟିଡିପି ଓ ଜେଡିୟୁର ନେତା ମୋଦୀଙ୍କ ସମର୍ଥନ କରିଛନ୍ତି। ଏଥର ନିର୍ବାଚନରେ ବିଜେପି ନିଜ ଦମରେ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିନି। ଦଳ ୨୪୦ ସିଟ୍ ଜିତି ଏନଡିଏ ସହଯୋଗରେ ସରକାର ଗଢିବାକୁ ଯାଉଛି। ଏଥର ଏନଡିଏକୁ ୨୯୨ସିଟ୍ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟ ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩୪ ସିଟ୍ ଜିତିଛି। 

 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.