ଆଜି ପ୍ରଥମ ମୁକାବିଲା: କୋହଲି ନା ଯଶସ୍ଵୀ କିଏ କରିବ ଓପନିଂ ? ଏମିତି ହୋଇପାରେ ଚୂଡ଼ାନ୍ତ ଏକାଦଶ

Published By : Prameya-News7 Bureau | June 05, 2024 IST

ନ୍ୟୁୟର୍କ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତ ଆଜି ଆୟରଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମୁକାବିଲା ନ୍ୟୁୟର୍କର ନାସାଓ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ଭାରତର ଚୂଡ଼ାନ୍ତ ଏକାଦଶ କିପରି ହେବ ତା ଉପରେ ସଭିଙ୍କ ନଜର। କାରଣ ଚୂଡାନ୍ତ ଏକାଦଶକୁ ନେଇ ଦଳର ଗୋଟିଏ ରଣନୀତି ରହି ଆସିଛି, ତାହା ହେଉଛି ବଡ଼ ଟୁର୍ଣ୍ଣାମେଣ୍ଟରେ ଦଳ ଓ୍ଵିନିଂ କମ୍ବିନେସନରେ କୌଣସି ପରିବର୍ତ୍ତନ କରେ ନାହିଁ।

ନ୍ୟୁୟର୍କରେ ପ୍ରଥମ ମ୍ୟାଚ୍‌ରେ ଯେଉଁ ବି ୧୧ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ ସେହି ଦଳ ହିଁ ପୁରା ଟୁର୍ଣ୍ଣାମେଣ୍ଟରେ ଖେଳିବାର ସମ୍ଭାବନା ରହିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ଓପନିଂ କିଏ କରିବ। ଓ୍ଵିକେଟ୍ କିପର ଭାବେ ଋଷଭ ପନ୍ତ ନା ସଞ୍ଜୁ ସାମସନ, କାହାକୁ ମିଳିବ ସ୍ଥାନ।

Also read: ପ୍ରଶଂସକଙ୍କୁ କ୍ୟାପଟେନ ରୋହିତଙ୍କ ଅନୁରୋଧ: ‘ଗ୍ରାଉଣ୍ଡ ଭିତରକୁ ଆସ ନାହିଁ...’

ଭାରତର ସ୍ପିନ ବୋଲିଂ ବିଭାଗ ଦମଦାର ରହିଛି। ହେଲେ ଦ୍ରୁତ ବୋଲିଂ କିଛିଟା ଦୁର୍ବଳ ଲାଗୁଛି। କାରଣ ମହମ୍ମଦ ଶାମି ଓ ଅର୍ଶଦୀପ ସିଂଙ୍କ ପାଖରେ ବୁମରଙ୍କ ପରି ଦକ୍ଷତା ନାହିଁ। କାରଣ ଦୁଇ ଜଣ ଆଇପିଏଲ୍‌ରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି। ମୋଟାମୋଟି ବୋଲିଂର ଭାର କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ। ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳି ନ ପାରେ। 




ଅଧିନାୟକ ରୋହିତ ଓ କୋହଲି ପାଇଁ ଯଶସ୍ଵୀ ଜୟସ୍ଵାଲଙ୍କୁ ବାହାରେ ରହିବାକୁ ପଡ଼ିବ। ଋଷଭ ପନ୍ତ ଅଭ୍ୟାସ୍ ମ୍ୟାଚ୍‌ରେ ତୃତୀୟ କ୍ରମରେ ବ୍ୟାଟିଂ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ସେ  ଅଭ୍ୟାସ୍ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦଳରେ ଶିବମ ଦୁବେ ଓ ଜଣେ ଅତିରିକ୍ତ ସ୍ପିନରଙ୍କୁ ସ୍ଥାନ ମିଳିପାରେ। ଯଦି ଜୟସ୍ଵାଲ ଓପନିଂ କରନ୍ତି ତେବେ ଶିବମ ଦୁବେଙ୍କୁ ଦଳରେ ସ୍ଥାନ ମିଳି ନପାରେ। 

ସୂଚନାଯୋଗ୍ୟ, ୩୭ ବର୍ଷ ରୋହିତ ଶର୍ମାଙ୍କ ଏହ ଶେଷ ବିଶ୍ଵକପ୍ ହୋଇପାରେ। ଆପାତତଃ ଏହା ସ୍ପଷ୍ଟ ଯେ, ଭାରତରେ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ଓ ଦକ୍ଷିଣ ଆଫ୍ରିକାରେ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍‌ରେ ରୋହିତ ଖେଳିବେ ନାହିଁ। 

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.