ଯୌନ ନିର୍ଯାତନା ଅଭିଯୋଗ ନେଇ ମୁହଁ ଖୋଲିଲେ WFI ଅଧ୍ୟକ୍ଷ: କହିଲେ- ସିବିଆଇ ତଦନ୍ତ କର, ସତ ହେଲେ ଫାଶୀରେ ଝୁଲିବି

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ(WFI)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ। ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିବା ସହ ଧାରଣାରେ ବସିଥିବା ରେସଲରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଏସବୁ ମିଛ, ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଅଭିଯୋଗ ସତ ହେଲେ ଫାଶୀରେ ଝୁଲିବି ବୋଲି ଶ୍ରୀ ଶରଣ କହିଛନ୍ତି।

ଏହା ପୂର୍ବରୁ ଭାରତୀୟ ଷ୍ଟାର୍ ରେସଲର ବିନେଶ ଫୋଗାଟ ଶରଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏମିତିକି ଶରଣ ଫୋଗାଟଙ୍କୁ ଅଚଳ ପଇସା କହି ତାତ୍ସଲ୍ୟ କରୁଥିବା ସେ ଅଭିଯୋଗ କରିଥିଲେ। କେବଳ ବିନେଶ ନୁହଁନ୍ତି WFI ଅଧ୍ୟକ୍ଷଙ୍କ ବିରୋଧରେ ସାଖି ମଲିକ ବଜରଙ୍ଗ ପୁନିଆଙ୍କ ଭଳି ଏକାଧିକ କୁସ୍ତି ଯୋଦ୍ଧା ମଧ୍ୟ ଅଭିଯୋଗ ଆଣି ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

{"width":839,"height":472}
Vinesh Phogat accuses Wrestling Federation president of sexual harassment -  Hindustan Times
ମିଡିଆ ସାମ୍ନାରେ କାନ୍ଦି ପକାଇଲେ ବିନେଶ ଫୋଗାଟ୍

ରେସଲରମାନେ ଜାତୀୟ ସ୍ତରରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି

ଅଭିଯୋଗ ପରେ WFI ଅଧ୍ୟକ୍ଷ କୁସ୍ତି ଯୋଦ୍ଧାଙ୍କୁ ପାଲଟା ଜବାବ ଦେଇଛନ୍ତି। ଏହି ଯୋଦ୍ଧାମାନେ ଜାତୀୟ ସ୍ତରରେ ମୁକାବିଲା କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତା ସହ ଏହା ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଶରଣ କହିଛନ୍ତି।   

ଏନେଇ ସେ କହିଛନ୍ତି " ମୁଁ ଜାଣିବାକୁ ପାଇଲି ଯେ ରେସଲରମାନେ ଦିଲ୍ଲୀରେ ବିକ୍ଷୋଭ କରୁଛନ୍ତି। ତେବେ ସେମାନେ କେଉଁ କାରଣରୁ ବିକ୍ଷୋଭ କରୁଛନ୍ତି ତାହା ମୁଁ ଜାଣି ନଥିଲି। ମୁଁ ଟିକେଟ୍ ନେଇ ଦିଲ୍ଲୀ ଆସିଛି। ତେବେ ବିନେଶ ଫୋଗାଟ ଯେଉଁ ଅଭିଯୋଗ ଆଣିଛନ୍ତି, କଣ କେହି ଏଭଳି ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି କି ? କୌଣସି ଆଥ୍‌ଲେଟ୍‌ ସାମ୍ନାକୁ ଆସନ୍ତୁ ଓ ଅଧ୍ୟକ୍ଷ ଏଭଳି କୌଣସି ପ୍ରକାର ଯୌନ ଉତ୍‌ପୀଡ଼ନ କରିଛନ୍ତି ବୋଲି କୁହନ୍ତୁ।"

Will Hang Myself If Sexual Harassment Charges Against Me Are Proven: WFI  Chief On Cricketnmore

ଶ୍ରୀ ଶରଣ ସ୍ପଷ୍ଟୀକରଣ ଦେଇ କହିଛନ୍ତି " ଅଭିଯୋଗ ହେଉଛି ଯେ ସଂଘ ଏକଛତ୍ରବାଦୀଙ୍କ ଭଳି କାମ କରୁଛି। କିନ୍ତୁ ନାଁ ଆପଣାନେ ମାନେ ଟ୍ରାଏଲ୍ ଦେଉଛନ୍ତି ନାଁ ଜାତୀୟ ସ୍ତରରେ ଲଢ଼ୁଛନ୍ତି। ସଂଘ ଯେତେବେଳେ କୌଣସି ନିୟମ କରୁଛି ସମସ୍ୟା ସେତେବେଳେ ହେଉଛି। ଯେଉଁମାନେ ଆଜି ଧାରଣାରେ ବସିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ବି ଜାତୀୟ ସ୍ତରରେ ଲଢ଼ୁ ନାହାନ୍ତି।"

ତେବେ ଏହି ଆନ୍ଦୋଳନ କେବଳ ଏକ ଷଡ଼ଯନ୍ତ୍ର ବୋଲି ଶରଣ କହିଛନ୍ତି। ଏହା ପଛରେ ଜଣେ ବଡ଼ ଶିଳ୍ପପତିଙ୍କର ହାତ ରହିଛି ବୋଲି ଅଧ୍ୟକ୍ଷ କହିଛନ୍ତି। ସେ କହିଛନ୍ତି "ଏହା ମୋ ବିରୋଧରେ ଏକ ଷଡ଼ଯନ୍ତ୍ର। ଏହା ପଛରେ ଜଣେ ବଡ଼ ବ୍ୟବସାୟୀଙ୍କର ହାତ ରହିଛି। ବିନେଶ ଯେତେବେଳେ ହାରିଗଲେ ସେତେବେଳେ ମୁଁ ହିଁ ତାଙ୍କୁ ଆଶ୍ୱାସନା ଦେଇଥିଲି।"

ସେହିପରି ଦୀପକ ପୁନିଆ ଟୋକିଓ ଅଲିମ୍ପିକ୍‌ରେ ହାରିଯିବା ପରେ ଋଷ କୋଚ୍ ରେଫରିଙ୍କୁ ପିଟିଥିଲେ। ବିନେଶ ଅଲିମ୍ପିକ୍ ଡ୍ରେସ୍ ପିନ୍ଧି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତା ସହ ଆନ୍ଦୋଳନକୁ ନେଇ ମୁଁ ଖେଳାଳିମାନଙ୍କ ସହ କଥା ହେବି। ଘଟଣା ସମ୍ପର୍କିତ କୌଣସି ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଶରଣ କହିଛନ୍ତି।

Vinesh Phogat accuses WFI president Brij Bhushan Sharan of sexual harassment;  wrestlers protest at Jantar Mantar - The Hindu

ଅଭିଯୋଗ ସତ ହେଲେ ଫାଶୀରେ ଝୁଲିପଡ଼ିବି

ତେବେ ଯୌନ ଉତ୍‌ପୀଡ଼ନ ନେଇ ଶରଣ କହିଛନ୍ତି "ଯୌନ ଉତ୍‌ପୀଡନ ହୋଇ ନାହିଁ। ଯଦି କୌଣସି ଜଣେ ବି ଆଥଲେଟ୍ ଏହାକୁ ପ୍ରମାଣ କରିବାକୁ ଆଗେଇ ଆସନ୍ତି, ତେବେ ମୁଁ ଫାଶୀରେ ଝୁଲିପଡ଼ିବି।" ଏଥିସହିତ ସେ WFI ଅଧ୍ୟକ୍ଷଙ୍କ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି।

ବିନେଶଙ୍କ ଅଭିଯୋଗକୁ ନେଇ ଶରଣ କହିଛନ୍ତି ଯେ ଏସବୁ ଅଭିଯୋଗକୁ ନେଇ ବିନେଶ ଲିଖିତ ଆକାରରେ ମୋତେ ଜଣାନ୍ତୁ। ତେବେ ମୁଁ ଏଥିପାଇଁ କଣ କରିପାରିବି ତାର ଉତ୍ତର ଦେବି। ଏବଂ ଅନ୍ୟସବୁ ଅଭିଯୋଗ ସିବିଆଇ ଓ ପୁଲିସ ଦ୍ୱାରା ତଦନ୍ତ ହୋଇପାରିବ। କାରଣ ଏହା ମୋ ବିରୋଧରେ ଏକ ବହୁତ ବଡ଼ ଅଭିଯୋଗ ବୋଲି ଶରଣ କହିଛନ୍ତି।

{"id":734739,"width":836,"height":486,"sizeSlug":"full","linkDestination":"none"}

ଧାରଣାକୁ ନେଇ ପୁଲିସ-ରେସଲର ମୁହାଁମୁହିଁ

ଅନ୍ୟପଟେ ଧାରଣାକୁ ନେଇ ଦିଲ୍ଲୀ ପୁଲିସ ଓ ରେସଲରମାନଙ୍କ ମଧ୍ୟରେ ବୁଝମାଣା ଜାରି ରହିଛି। ସନ୍ଧ୍ୟା ୫ଟା ପରେ ଜନ୍ତରମନ୍ତରରେ ଧାରଣା ଦେବାକୁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୁଲିସ କହିଛି। ହେଲେ ବଜରଙ୍ଗ ପୁନିଆଁ କହିଛନ୍ତି ସମସ୍ୟାର ସମାଧାନ ନ ହେବା ଯାଏ ସେମାନେ ଧାରଣାରୁ ହଟିବେ ନାହିଁ।

Vinesh Phogat alleges sexual harassment of women wrestlers by WFI President

ଫୋଗାଟ ଆଣିଲେ ସଂଗୀନ ଅଭିଯୋଗ-

ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ(WFI) ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗାଟ। ଶରଣ ମହିଳା ଆଥଲେଟ୍‌ଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଫୋଗାଟ ବୁଧବାର ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଯନ୍ତରମନ୍ତରରେ WFI ଅଧ୍ୟକ୍ଷ ଓ ସପୋର୍ଟିଂ ବଡି ବିରୋଧରେ ବିକ୍ଷୋଭ କରୁଛନ୍ତି। କେବଳ ସେତିକି ନୁହେଁ ଅଧ୍ୟକ୍ଷ ତାଙ୍କୁ ଅଚଳ ପଇସା କହି ଥଟା କରିଥିଲେ। ମାନସିକ ନିର୍ଯାତନା ପାଇଁ ସେ ଆତ୍ମହତ୍ୟା କରିବାକୁ ବାହାରିଥିଲେ ବୋଲି ବିନେଶ ଫୋଗାଟ ଅଭିଯୋଗ କରିଛନ୍ତି।  

ବିଜେପି ନେତା WFI ଅଧ୍ୟକ୍ଷ ବ୍ରିଜ୍ ଭୂଷଣ

ସୂଚନା ଥାଉକି ୬୬ ବର୍ଷୀୟ ବ୍ରିଜ୍ ଭୂଷଣ ଶରଣ ସିଂହ ୨୦୧୯ରେ WFI ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତୃତୀୟ ଥର ପାଇଁ ସେ ଏହି ପଦକୁ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.