ଏବେ UPI ଟ୍ରାଞ୍ଜାକ୍ସନରେ ମିଳିବ ଇନସେଣ୍ଟିଭ୍, ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରୋତ୍ସାହନ ଲାଗି ସରକାରଙ୍କ ବଡ଼ ନିଷ୍ପତ୍ତି
11/01/2023 at 8:02 PM

ନୂଆଦିଲ୍ଲୀ ୧୧।୧: ଡିଜିଟାଲ ବ୍ୟାଙ୍କିଙ୍ଗର ପ୍ରୋତ୍ସାହନ ଲାଗି କେନ୍ଦ୍ର ସରକାର ବୁଧବାର ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୀମ ୟୁପିଆଇରେ ଟ୍ରାଞ୍ଜାକ୍ସନରେ ଇନସେଣ୍ଟିଭକୁ ମଞ୍ଜୁର କରାଯାଇଛି। ଲୋ ଭାଲ୍ୟୁ ୟୁପିଆଇ ଟ୍ରାଞ୍ଜାକ୍ସନ ଲାଗି ସରକାର ୨,୬୦୦ କୋଟି ଟଙ୍କାର ଇନସେଣ୍ଟିଭକୁ ମଞ୍ଜୁର କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ସରକାର ଏଥିପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଯେପରି ବ୍ୟାଙ୍କ ଅଥବା ଛୋଟ କାର୍ଡ କମ୍ପାନୀଙ୍କ ଉପରେ ଯେପରି ଆର୍ଥିକ ବୋଝ ନ ବଢେ। ଏଥିଲାଗି ସରକାର ଇନସେଣ୍ଟିଭ ଦେବାକୁ ଯାଉଛନ୍ତି। ଖାସ ଏଥିଲାଗି ସରକାର ୨,୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଯାହା ପ୍ରାଥମିକ ପର୍ଯ୍ୟାୟରେ ପ୍ରାରମ୍ଭିକ ଇନସେଣ୍ଟିଭ ଏଥିରେ କେବଳ ଭୀମ ୟୁପିଆଇ ନୁହେଁ ରୁପୈ କାର୍ଡ ୟୁପିଆଇ ଟ୍ରାଞ୍ଜାକ୍ସନରେ ମଧ୍ୟ ଇନସେଣ୍ଟିଭ ମିଳିବ।
ଡିଜିଟାଲ ବ୍ୟାଙ୍କିଙ୍ଗକୁ ଦେଶରେ ଉତ୍ସାହିତ କରିବା ପାଇଁ ଓ ଛୋଟ କାର୍ଡ କମ୍ପାନୀଙ୍କ ଉପରେ ଯେପରି ଆର୍ଥିକ ବୋଝ ନ ବଢେ ସେଥିପାଇଁ ସରକାର ଇନସେଣ୍ଟିଭ ବ୍ୟବସ୍ଥା କରିଛନ୍ତି।