WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାମିଲନାଡୁରେ ନୂଆ ମେଣ୍ଟ ସହ ମିଶି ସଂସଦୀୟ ନିର୍ବାଚନ ଲଢ଼ିବ ଏଆଇଏଡିଏମ୍‌କେ

28/09/2023 at 4:47 PM

Palaniswami-party-AIADMK

ଚେନ୍ନାଇ: ତାମିଲନାଡୁରେ ଆଉ ବିଜେପି ସହ ନ ମିଶି ଅଲଗା ମେଣ୍ଟ ଗଠନ କରି ଆସନ୍ତା ସଂସଦୀୟ ନିର୍ବାଚନ ଲଢ଼ିବ ଏଆଇଏଡିଏମ୍‌କେ। ଏନେଇ ଦଳର ବରିଷ୍ଠ ନେତା ମୁନୁସ୍ୱାମୀ ସୂଚନା ଦେଇଛନ୍ତି। ୩ ଦିନ ପୂର୍ବରୁ ଏଆଇଏଡିଏମ୍‌କେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା। ଏଥିପାଇଁ ରାଜ୍ୟ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କର ବେପରୁଆ ମନ୍ତବ୍ୟକୁ ଦାୟୀ କରିଥିଲା ଦଳ।

କୃଷ୍ଣଗିରିରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ବରିଷ୍ଠ ନେତା କେପି ମୁନୁସାମୀ କହିଛନ୍ତି ଯେ ତାଙ୍କ ଦଳ କେବେ ବି ଆନ୍ନାମଲାଙ୍କୁ ଦଳରୁ ବାହାର କରି ଦେବାକୁ ବିଜେପିକୁ କହି ନାହିଁ। ଏଆଇଏଡିଏମ୍‌କେ ଭଳି ଏକ ବଡ଼ ଦଳ ପାଇଁ ଏହା ଏକ ପିଲାଳିଆମୀ ପରି ଲାଗିଥାନ୍ତା। ଆମେ ଅଶିକ୍ଷିତ ନେତା ନୋହୁଁ କି ଏଆଇଏଡିଏମ୍‌କେ ସେଭଳି ପାର୍ଟି ନୁହେଁ ଯେ ଅନ୍ୟ ଦଳ କିପରି ଚାଲିବ ସେ ଉପଦେଶ ଦେବ।

ପଢନ୍ତୁ-ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ନୁହନ୍ତି ସୁଭାଷ ବୋଷ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା

ତେବେ ଏଆଇଏଡିଏମ୍‌କେ କଣ ପୁଣିଥରେ ଏନ୍‌ଡିଏରେ ମିଶିବ କି ବୋଲି ପ୍ରଶ୍ନ କରିବାରୁ ମୁନୁ ସ୍ୱାମୀ କହିଛନ୍ତି ଯେ ଏମ୍‌.କେ ଷ୍ଟାଲିନ୍ ଓ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ କହୁଛନ୍ତି ଯେ ଆମର ମେଣ୍ଟରୁ ଓହରିବା ଗୋଟେ ଡ୍ରାମା। ତେବେ ଆମେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଡିଏମ୍‌କେର ଭୟରେ ଏଭଳି କହୁଛି ବୋଲି ମୁନୁ କହିଛନ୍ତି। ତେବେ ଆମେ ଏନ୍‌ଡିଏ ସହ ମେଣ୍ଟ କରିବୁ ନାହିଁ। ଇଡ଼ାପାଡ଼ି ପାଲାନୀ ସ୍ୱାମୀଙ୍କ ନେତୃତ୍ୱରେ ଆଉ ଏକ ମେଣ୍ଟ ଗଠନ କରିବୁ ବୋଲି ସେ କହିଛନ୍ତି।   

   Related Posts