ନୂଆଦିଲ୍ଲୀ: ଆମେରିକାବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ଡେମୋକ୍ରାଟିକର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ। ଯଦି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି କିଛି କେନ୍ଦ୍ରୀୟ ଚାକିରି ତଥା ସଂଘୀୟ ନିଯୁକ୍ତି ପାଇଁ କଲେଜ ଡିଗ୍ରୀ ଆବଶ୍ୟକତା ପଡ଼ିବ ନାହିଁ। ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ନିର୍ବାଚନ ପାଇଁ କମଲା ହାରିସ୍ ଏବଂ ରିପବ୍ଲିକାନର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ କଡା ଟକ୍କର ହେବ।
ହାରିସ୍ ପୂର୍ବରୁ ମଧ୍ୟବିତ୍ତଙ୍କ ଉପରେ ଥିବା ଟିକସ ହ୍ରାସ କରିବାକୁ କହିଥିଲେ। ସେହିପରି ଟ୍ରମ୍ପ ଓଭରଟାଇମ୍ ବେତନ ଉପରେ ଟିକସ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଭୟ ପ୍ରାର୍ଥୀ ଟିପ୍ସ ଉପରେ ଟିକସ ହଟାଇବାକୁ ସମର୍ଥନ କରିଛନ୍ତି।
ପେନସିଲଭାନିଆର ୱିଲ୍କସ୍-ବାରେ ସ୍ଥିତ ଭାଷଣରେ ହ୍ୟାରିସ୍ କହିଛନ୍ତି ଯେ, ଯଦି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବେ ଚାରି ବର୍ଷର ଡିଗ୍ରୀ ବିନା କେନ୍ଦ୍ରୀୟ ଚାକିରି ପାଇଁ ସୁଯୋଗ ପାଇପାରିବେ।ଫେଡେରାଲ୍ ଚାକିରି ପାଇଁ ଅନାବଶ୍ୟକ ଡିଗ୍ରୀ ଆବଶ୍ୟକତାରୁ ମୁକ୍ତି ପାଇବେ।