ମେଷ- ସପ୍ତମ ଚନ୍ଦ୍ର ଯୋଗୁଁ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆର୍ଥିକ ଲାଭର ଯୋଗ ରହିଛି । ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ । ଛାତ୍ରଛାତ୍ରୀମାନେ ନୂତନ ପନ୍ଥା ଅବଲମ୍ବନ କରିବେ ।
ବୃଷ- ସୁଖ ସୌଭାଗ୍ୟ ଲାଭ କରିବେ । ଶତ୍ରୁ ହାନି ହେବ । ଦିନଟି ଆତ୍ମବିଶ୍ବାସରେ ଭରି ରହିବ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।
ମିଥୁନ- ଦିନଟିରେ ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ମାଲିମକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମ ଅଧିକ ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ ।
କର୍କଟ- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ପରିବାରରେ କଳହ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟରେ ନେଣ ଦେଣ ଲାଗି ରହିବ ଚିନ୍ତାଗ୍ରସ୍ତ ହେବ । ବିଦ୍ୟାର୍ଥୀମାନେ ବିଳମ୍ବରେ ସଫଳତା ପ୍ରାପ୍ତ କରିବେ ।
ସିଂହ- ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟରେରେ ଉତ୍ତମ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବିଶ୍ୱାସ ରଖିବେ । ନୂଆ ଚାକିରି ମିଳିପାରେ। ଯାନ ବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି ।
କନ୍ୟା- ଦିନଟି ଉତ୍ତମ ଫଳ ଦେବ। ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ ଆଗକୁ ବଢିବ । ବ୍ୟବସାୟରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ । ଯାନବାହାନ କ୍ରୟ କରିବେ । ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।
ତୁଳା- ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଆୟର ପରିମାଣ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ଲାଭବାନ ହେବେ । ବ୍ୟବସାୟ ଆଗକୁ ବଢ଼ିବ ।
ବିଛା- ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ । ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି-ପତ୍ନୀଙ୍କ ଭିତରେ ମନୋ-ମାଳିନ୍ୟ ଦେଖାଦେବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।
ଧନୁ- ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ବନ୍ଧୁଙ୍କ ଗମନ ଗୃହକୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢ଼ିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।
ମକର- ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ । ପରିବାରର ସହଯୋଗ ମିଳିବ । ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ ହେବ। ଗୃହସ୍ଥ ଜୀବନ ସୁଖମୟ ହେବ ।
କୁମ୍ଭ- ଦିନଟି ଖୁସିରେ କଟିବ । ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସଫଳ ହେବ । କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବ । ବିଦ୍ୟାର୍ଥୀମାନେ ସଫଳ ହେବ ।
ମୀନ- ଶାରୀରିକ ପୀଡ଼ା ଅନୁଭବ କରିବେ । ବନ୍ଧନର ଭୟ ଲାଗି ରହିବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।