କ'ଣ ବିସିିସିଆଇ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଗାଙ୍ଗୁଲି ? ସ୍ପଷ୍ଟ କଲେ ସଂପାଦକ ଜୟ ଶାହ

Published By : Prameya-News7 Bureau | June 01, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ। ମୁଁ ଆଶା କରୁଛି ଯେ, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ। ତାଙ୍କର ଏହି ଟୁଇଟ୍‌କୁ ନେଇ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେବାକୁ ଯାଉଥିବା କୁହାଯାଉଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୨୦୨୨ ସେପ୍ଟେମ୍ବରରେ ସରିବାକୁ ଯାଉଛି।

wp:html /wp:html

ହେଲେ ବିସିସିଆଇ ସଂପାଦକ ଜୟ ଶାହ ସମାଚାର ଏଜେନ୍ସ ଏଏନଆଇକୁ ସ୍ପଷ୍ଟ କରିଛନ୍ତି ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେବେ ଗାଙ୍ଗୁଲିଙ୍କ ଟୁଇଟ୍ ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

wp:html /wp:html

ଗାଙ୍ଗୁଲି ଲେଖିଛନ୍ତି, ୨୦୨୨ କ୍ରିକେଟ୍‌ରେ ମୋର ୩୦ତମ ବର୍ଷ। ମୁଁ ୧୯୯୨ରେ ଖେଳିବା ଆରମ୍ଭ କଲି। ତେବେଠୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏହା ମୋତେ ଆପଣଙ୍କ ସମର୍ଥନ ଦେଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି, ଯେଉଁମାନେ ମୋ ଯାତ୍ରାର ଅଂଶ ରହିଛନ୍ତି। ମୋତେ ସମର୍ଥନ ଦେଇଛନ୍ତି ଏବଂ ମୋତେ ଏ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ମୁଁ ଏମିତି କିଛି ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ବହୁତ ଲୋକ ଉପକୃତ ହେବେ। ମୁଁ ଆଶା କରୁଛି ଯେ, ମୋ ଜୀବନର ଏହି ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.