ମଉଳିଲା ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ମେଳାର ମାନ୍ୟତା ଦାବି ! ବିଧାନସଭାରେ ମନ୍ତ୍ରୀ କହିଲେ ନାହିଁ ବ୍ୟବସ୍ଥା

Published By : Prameya-News7 Bureau | March 07, 2025 IST

କଟକ: ମଉଳିଲା ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ମେଳାର ମାନ୍ୟତା ଦାବି। କାରଣ ବିଧାନସଭାରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସିଧାସଳଖ କହିଛନ୍ତି, ବାଲିଯାତ୍ରା ଭଳି ଉତ୍ସବ ବା ମେଳାକୁ ଜାତୀୟ ମାନ୍ୟତା ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏବେ ବାଲିଯାତ୍ରାକୁ ଜାତୀୟ ବାଣିଜ୍ୟିକ ମେଳାର ମାନ୍ୟତା ମିଳିବା ଆଶା ମଉଳିଯାଇଛି।

ସେପର୍ଟ ଏସମ୍ପର୍କରେ ପ୍ରତିକ୍ରିୟା ରଖି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଜାତୀୟ ମାନ୍ୟତା ନୁହେଁ ଏବେ ରାଜ୍ୟ ଓ କେନ୍ଦ୍ର ସରକାର ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ଏନେଇ କେନ୍ଦ୍ର ସରକାର କିଛି ଠୋସ୍‌ ପଦକ୍ଷେପ ନେବା ସହ ସାଂସଦ ଭର୍ତ୍ତୃହରି ମଧ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ମଧ୍ୟ କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବା ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.