କୂଅରେ ପଡିଗଲା ବାରହା, ଉଦ୍ଧାର କଲା ବନ ବିଭାଗ

Published By : Prameya-News7 Bureau | December 01, 2020 IST

ଖୋର୍ଦ୍ଧା ୧।୧୨: ଖୋର୍ଦ୍ଧା ବ୍ଲକରେ ବାରହା ଆତଙ୍କ ଦେଖିବାକୁ ମିଳିଛି । କିଛି ଦିନ ହେବ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ହଲଦୀପଦା ଗ୍ରାମର ବିରଞ୍ଚି ନାରାୟଣ ରାଉତରାୟଙ୍କ ବାରିପଟେ ଥିବା ଏକ କୂଅରେ ବାରହା ପଡିଥିଲା । ଖବର ପାଇ ସ୍ଥାନୀୟ ବନ ବିଭାଗ ଓ ଦମକଳ ବାହିନୀ ପହଞ୍ଚି ବାରହାଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.