vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ମାଙ୍କଡଙ୍କ ଯୋଗୁ ଏହି ଗାଁକୁ ଆସୁ ନାହାନ୍ତି ବରଯାତ୍ରୀ, ଝିଅ ରହିଛନ୍ତି କୁମାରୀ

19/08/2019 at 7:30 PM

ବିହାରର ଭୋଜପୁର ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠି ଦୀର୍ଘ ବର୍ଷରୁ ସାହାନାଇ ବାଜିନି। ଗାଁର ପ୍ରାୟ ଲୋକଙ୍କ ଘରେ ଝିଅ ଅବିବାହିତ ଅଛନ୍ତି ଝିଅ। ଏଣୁ ବାପମାଙ୍କ ଦିନ ଚିନ୍ତାରେ କଟୁଛି। ତେବେ ଏଥିରେ ଗାଁ କି ଝିଅମାନଙ୍କର କିଛି ଦୋଷ ନାହିଁ । ହେଲେ ଗାଁକୁ ବରଯାତ୍ରୀ ଆସିବାକୁ କେହି ରାଜି ହେଉ ନଥିବାରୁ ଦୀର୍ଘ ବର୍ଷରୁ ଏଠାରେ ବାହାଘରଟିଏ ହୋଇପାରି ନାହିଁ। ତେବେ ଗାଁରେ ବାହାଘର ପାଇଁ ଯେଉଁ ସମସ୍ୟାଟି ଅଛି ତାହା ଜାଣିଲେ ଆପଣ ବି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତାହା ହେଉଛି ଗାଁରେ ରହୁଥିବା ମାଙ୍କଡପଲ। ଏହି ମାଙ୍କଡମାନଙ୍କ ଉପଦ୍ରବ ଯୋଗୁ ଗାଁର ଝିଅମାନଙ୍କ ବିବାହ ସ୍ୱପ୍ନ ଏବେ ମଉଳିବାରେ ଲାଗିଛି। 

ରାଜାଧାନୀ ପାଟନାରୁ ପ୍ରାୟ ୭୫ କିଲୋମିଟର ଦୂର ଗଲେ ପଡେ ଭୋଜ ଜିଲ୍ଲାର ମୁଖ୍ୟାଳୟ। ଏଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ରତନପୁର ଗାଁ। ହେଲେ ଗାଁରେ ମାଙ୍କଡଙ୍କ ଉପଦ୍ରବ ଯୋଗୁ ଆଖପାଖ ଗାଁର ଲୋକେ ଏହି ଗାଁ ସହ ସମ୍ପର୍କ ଯୋଡିବାକୁ ରାଜି ହେଉ ନାହାନ୍ତି। କାରଣ ବରଯାତ୍ରୀ ଆସିଲେ ଗାଁରେ ମାଙ୍କଡ ମାତିବା ସହ ସେମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଉଛନ୍ତି। ଏଣୁ ଆଜିର ଯୁଗରେ ପୁଅମାନେ ସାଧାସିଧା ବିବାହକୁ ପସନ୍ଦ କରୁନଥିବା ବେଳେ ବିନା ବରଯାତ୍ରୀରେ କେହି ଗାଁକୁ ଆସି ବିବାହ କରିବାକୁ ଚାହୁଁ ନାହାନ୍ତି।

କିଛି ଦିନ ପୂର୍ବରୁ ଗାଁରେ ଜଣେ ଯୁବତୀଙ୍କ ବିବାହ ସ୍ଥିରିକୃତ ହୋଇଥିଲା। ସମଗ୍ର ଗ୍ରାମବାସୀ ମିସି ଅତ୍ୟନ୍ତ ସତର୍କତାର ସହ ବିବାହ ଆୟୋଜନ କରିଥିଲେ। ଯେପରି ମାଙ୍କଡଙ୍କ ଯୋଗୁ  ବରଯାତ୍ରୀ ଫେରି ନ ଯାଆନ୍ତି ସେଥିଲାଗି ସମସ୍ତ ପ୍ରସ୍ତୁତି ବି ହୋଇଥିଲା। ହେଲେ ଗାଁରେ ମାଙ୍କଡଙ୍କ ଉପଦ୍ରବ ସମ୍ପର୍କରେ ବରଯାତ୍ରୀଙ୍କୁ କିଛି ଜଣାନଥିଲା। ବ୍ୟାଣ୍ଡବାଜା  ବାରାତି ଗାଁ ଦାଣ୍ଡ ଦୁଲକେଇ ଚାଲିଥିବା ବେଳେ ଘଟିଥିଲା ଅଘଟଣ। କେଉଁ ଆଡେ ଥିଲେ ଦଳଦଳ ହୋଇ ମାଡି ଆସିଥିଲେ ମାଙ୍କଡପଲ। ମୁକାବିଲା ଲାଗି ଗାଁ ଲୋକଙ୍କ ସମସ୍ତ ପ୍ରସ୍ତୁତି ଫସର ଫାଟିଥିଲା। ମାଙ୍କଡଙ୍କ ଆକ୍ରମଣରେ ବରଯାତ୍ରୀ ଲହୁଲୁହାଣ ହୋଇ ଗାଁ ଦାଣ୍ଡରେ ଗଡିଥିଲେ। ବର ବିବାହ କରିବ କଣ ସମସ୍ତଙ୍କୁ ଗାଡିରେ ଲଦି ହସ୍ପିଟାଲକୁ ଯାଇଥିଲା। ଫଳରେ ଦୀର୍ଘ ଦିନ ପ୍ରେ ଗାଁରେ ହେବାକୁ ଯାଉଥିବା ଶୁଭ କର୍ମଟି ଭଣ୍ଡୁର ହୋଇଥିଲା। କେବଳ ରତନପୁର ନୁହେଁ ଏହାର ଆଖାପାଖ ଗାଁ ଗୁଡିକରେ ବି ଏବେ ମାଙ୍କଡଙ୍କ ଯୋଗୁ  ଲୋକେ ବିବାହ କରିବାକୁ ରାଜି ହେଉନଥିବାରୁ ଝିଅମାନେ କୁଆରୀ ରହିବାକୁ ବାଧ୍ୟ ହେଉଛନ୍ତି।

   Related Posts