ଥମୁନି ହାତୀ ଉପଦ୍ରବ : ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ, ବନବିଭାଗର ଅବହେଳାକୁ ଦାୟୀ କଲେ ସ୍ଥାନୀୟଲୋକ

Published By : Prameya-News7 Bureau | December 02, 2020 IST

ତେଲକୋଇ ୦୨।୧୨: ତେଲକୋଇରେ ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ତେଲକୋଇ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୩୫ ଟିକିଆ ହାତୀ ପଲ କାଣ୍ଡପଶି ଗାଁରେ ପଶି ଏକର ଏକର ଜମିର ପାଚିଲା ଧାନ ଫସଲ ଖାଇଯିବା ସହ ଦଳିକୁଦି ନଷ୍ଟ କରୁଛନ୍ତି ।

{"id":371329,"sizeSlug":"large"}

ଗାଁ ପାଖ ଜଙ୍ଗଲରେ ହାତୀ ପଲ ଡେରା ପକାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅମଳ ସମୟରେ ପାଚିଲା ଧାନ ଫସଲ ନଷ୍ଟ ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଭିମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରିଛନ୍ତି । ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲ ଫସଲ ନଷ୍ଟ କରୁଥିବା ବେଳେ ବନ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଘଟଣାସ୍ଥଳକୁ ବନ କର୍ମଚାରୀ ଆସୁ ନଥିବା କହିଛନ୍ତି ଚାଷୀ । କ୍ଷତିଗ୍ରସ୍ତ ଚାଷୀ ଙ୍କୂ ବନ ବିଭାଗ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.