ଶାଳବନ୍ଧ ଗାଁରେ କୂଳଡିହା ହାତୀ ଆତଙ୍କ ,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

Published By : Prameya-News7 Bureau | December 03, 2020 IST

ନୀଳଗିରି ୦୩।୧୨:  ବାଲେଶ୍ଵର ନୀଳଗିରିରେ ପୁଣି ହାତୀ ଆତଙ୍କ। ଝାଡଖଣ୍ଡି ହାତୀପଲ ଉପଦ୍ରଵ କରି ଫେରିବା ପରେ ଏବେ କୂଳଡିହା ହାତୀ ଆତଙ୍କ ଚଳାଇଛନ୍ତି। ଗତକାଲି ରାତିରେ ହାତୀ ଆକ୍ରମଣରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତିଥିବା ଜଣାଯାଇଛି।

ନୀଳଗିରି ଅଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। କିଛିଦିନ ପୂର୍ବରୁ ୪୨ ଟିକିଆ ଝାଡଖଣ୍ଡୀ ହାତୀପଲ ନୀଳଗିରିରେ ଉପଦ୍ରଵ କରି ବ୍ୟାପକ ଫସଲ ନଷ୍ଟ କରିଥିଲେ। କୂଳଡିହା ହାତୀ ମଧ୍ୟ ଅଭୟାରଣ୍ୟ ସୀମାନ୍ତ ରେ ଥିବା ଧାନ ଫସଲ ନଷ୍ଟ କରିଛନ୍ତି । ଗତକାଲି ସନ୍ଧ୍ୟାରେ କୂଳଡିହା ଅଭୟରଣ୍ୟରୁ ଏକ ଦନ୍ତାହାତୀ ଆସି ଶାଳବନ୍ଧ ଗାଁରେ ପଶି ଆତଙ୍କ ଚଳାଇଥିଲା । ଅଜୟ ସିଂ ଙ୍କ ଘର ଭାଙ୍ଗିବାକୁ ଉଦ୍ୟମ ବେଳେ ଗ୍ରାମବାସୀ ମାନେ ମିଳିତ ଭାବେ ହାତୀଟିକୁ ଘଉଡ଼ାଇଥିଲେ । ହାତୀକୁ ଘଉଡାଇବା ବେଳେ ସେ ଗାଁ ଲୋକଙ୍କୁ ଆକ୍ରମଣ କରିଥିଲା । ଅଜୟଙ୍କ ପୁଅ ମନୋଜ ଓ ଭଜଣା ଆକାଶ ନାମକ ଦୁଇ ଛୋଟ ପିଲା ହାତୀ ହାବୁଡରେ ପଡିଯାଇଥିଲେ । ତେବେ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ । ହାତୀ ଏବେବି ଆଖପାଖ ଅଞ୍ଚଳରେ ବୁଲୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.