ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ବାରହା ମାଂସ ଜବତ, ୪ ଗିରଫ

Published By : Prameya-News7 Bureau | September 27, 2019 IST

ଚୌଦ୍ବାର ୨୭|୯: କଟକ ବନଖଣ୍ଡ ଅଧୀନରେ ଥିବା ମଙ୍ଗରାଜପୁର ସେକ୍ସନରୁ ବେଆଇନ ଚାଲାଣ ବେଳେ ବିପୁଳ ପରିମାଣର ବାରହା ମାଂସ ଜବତ ହୋଇଛି । ବନପାଳ ମାଣିକ ମୁଣ୍ଡା ଜବତ କରିଛନ୍ତି । ମାଂସ ଚାଲାଣ ହେଉଥିବା ବୋଲେରୋ ଗାଡି ସହ ୪ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ୨୪କେଜି ମାଂସ ଜବତ ହୋଇଛି । ଚୌଦ୍ବାର ଥାନା କୋଚିଲା ନୂଆଗାଁ ଜଙ୍ଗଲରୁ ଏକ ବାରହାକୁ ଶିକାର କରି ତାର ମାଂସକୁ ଯାଜପୁର ଜିଲ୍ଲା ଦୁବୁରୀକୁ ଚାଲାଣ କରାଯାଉଥିବା ବେଳେ ସୂଚନା ପାଇ ବନ ବିଭାଗ ବେରେନା ନିକଟରୁ ବୋଲେରୋକୁ ଅଟକାଇବା ସହ ସେଥିରେ ଥିବା ମାଂସ ସହ ୪ ଜଣଙ୍କୁ ଗିରଫ କରିଥିଲେ। ଗିରଫ ୪ଜଣଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ବନପାଳ ମାଣିକ ମୁଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.