ସହର ମୁହାଁ ଜଙ୍ଗଲୀ ଭାଲୁ, ଲୋକେ ଭୟଭୀତ

Published By : Prameya-News7 Bureau | June 09, 2024 IST

ଉମରକୋଟ ୯।୬: ଖାଦ୍ୟ ଅନ୍ୱେଷଣରେ ଅନେକ ସମୟରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ପଶିଛି ଭାଲୁ । ଶନିବାର ରାତିରୁ ଗୋଟିଏ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ରବିବାର ସକାଳ ୫ ଘଣ୍ଟା ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରିଗୁଡା ଏବଂ ହଠାତ କଲୋନୀ ନିକଟରେ ଏହି ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ତେଣୁ  ଲୋକେ ଭୟଭୀତ ହୋଇ ଘରୁ ବାହାରୁନାହାନ୍ତି । ଉମରକୋଟ ବନ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଭାଲୁକୁ କିପରି ଘଉଡ଼େଇବ ସେଥିପାଇଁ କୌଣସି ବ୍ୟବସ୍ଥା କରିନଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଜଙ୍ଗଲୀ ଭାଲୁକୁ ଶୀଘ୍ର ଗାଁରୁ ବାହାର କରି ଜଙ୍ଗଲ ମୁହାଁ କରିବାକୁ ଲୋକେ ଦାବି କରୁଛନ୍ତି । ଅଞ୍ଚଳର ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଜଙ୍ଗଲ ମଧ୍ୟରୁ ବନ୍ୟଜନ୍ତୁ ଖାଦ୍ୟ ଅନ୍ୱେଷଣରେ ବାହାରି ଗାଁ ଏବଂ ସହରରେ ପହଞ୍ଚି ଯାଉଥିବା ଦେଖିବାକୁ ମିଳୁଛି ।

You Can Read :

ଭୁବନେଶ୍ବରରେ ରୋଡ୍‌ ଶୋ’ କରିବେ ପ୍ରଧାନମନ୍ତ୍ରୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.