ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଗଣନା, ୮ ଦିନ ଚାଲିବ ପ୍ରକ୍ରିୟା
19/01/2023 at 9:40 AM

କରଞ୍ଜିଆ ୧୯/୦୧: ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି:ମି ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରକାର ମାଛ ଏବଂ ୧୦୭୬ ପ୍ରକାରର ଗଛ ଦେଖିବାକୁମିଳେ ।
ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ ମଧ୍ୟ । ଆଜିଠାରୁ ଆରମ୍ଭ ହୋଇଛି ଶିମିଳିପାଳ ଅଭୟାରଣ୍ୟରେ ବାଘ ସହିତ ବନ୍ୟଜନ୍ତୁ ଗଣନା । ଶିମିଳିପାଳ ଅଭୟାରଣ୍ୟର ଥିବା ୧୭ଟି ରେଞ୍ଜର ୧୭୩ ବିଟରେ ଚାଲିଛି ବନ୍ୟଜନ୍ତୁ ଗଣନା । ପ୍ରତିବର୍ଷ ବ୍ୟାଘ୍ର ପ୍ରକଳ୍ପ ଗୁଡିକରେ ଏହିପରି ଗଣନା କାର୍ଯ୍ୟ ହେଇଥାଏ । ଚଳିତବର୍ଷ ଶିମିଳିପାଳ ଅଭୟାରଣ୍ୟରେ ଆଠ ଦିନ ଧରି ଗଣନାକାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କତୃପକ୍ଷ।