ସ୍ତ୍ରୀକୁ ହତ୍ୟା କରି ମୃତଦେହ ଘରେ ଲୁଚାଇ ରଖିଥିଲା ସ୍ୱାମୀ, ଗୁଣିଗାରେଡିରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | August 22, 2023 IST

ବଲାଙ୍ଗୀର ୨୨।୦୮ :  ସ୍ତ୍ରୀକୁ ହତ୍ୟା କରି ମୃତଦେହ ଘରେ ଲୁଚାଇ ରଖିଥିଲା ସ୍ବାମୀ । ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ଜାଣିଲେ ପରିବାର ଲୋକ । ମୃତ ମହିଳାଙ୍କ ବାପା ଘର ଲୋକ ଆଣିଲେ ଗୁଣିଗାରେଡି କରି ହତ୍ୟା କରିଥିବା ଅଭିଯୋଗ । ଦୁଇଦିନରୁ ଅଧିକ ସମୟ ଧରି ସ୍ତ୍ରୀର ମୃତ୍ୟୁ ହୋଇସାରିଥିଲା। ହେଲେ ନା କାହାକୁ ଜଣାଇଥିଲା ସ୍ବାମୀ ନା କିଛି କହୁଥିଲା। କିଏ ପାଖକୁ ଗଲେ ମନା କରୁଥିଲା । ନିଜ ଜନ୍ମ କଲା ୮ ବର୍ଷର ପିଲାକୁ ମଧ୍ୟ ମାଆ ପାଖକୁ ଯିବାକୁ ଦେଉନଥିଲା। ତେବେ ଏଭଳି ଜଣେ ମାନସିକତା ଥିବା ବ୍ୟକ୍ତିଙ୍କ ନାମରେ ଆସିଛି ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଚମାର ପଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

wp:embed {"url":"https://www.prameyanews7.com/12-hour-bandh-called-in-kantabanji/","type":"wp-embed","providerNameSlug":"prameya-news-7"}
https://www.prameyanews7.com/12-hour-bandh-called-in-kantabanji/
/wp:embed

ଖବର ଅନୁଯାୟୀ, ସୋମବାର ଦିନ କମଳିନିଙ୍କ ମୃତ୍ୟୁ ଖବର ତାଙ୍କ ମାଆ ଘର ଲୋକଙ୍କୁ ଦେଇଥିଲେ ଶଶୁଘର ଲୋକ। ଏନେଇ ମୃତ ଶବକୁ ତାଙ୍କ ମାଆଘର ଲୋକ ଆସିବା ପଯ୍ୟନ୍ତ ରଖିବାକୁ କହିଥିଲେ । ହେଲେ ସେମାନେ ନ ପହଞ୍ଚିବା ପୂର୍ବରୁ ମହିଳାଙ୍କ ଶବକୁ ଶାଶୁଘର ଲୋକ ଶ୍ବଶାନ କୁ ନେଇଯାଇଥିଲେ। ସେଠାରେ ପୋଲିସକୁ ହତ୍ୟା କରାଯାଇଥିବା ସଂଦେହ କରି ରିପୋର୍ଟ ଦେଇ ଲୋଇସିଂହା ପୋଲି କୁ ନେଇ ପହଞ୍ଚିଥିଲେ କମଳିନିଙ୍କ ଭାଇ ଓ ତାଙ୍କ ପରିବାର ଲୋକ ଶ୍ମଶାନ ଠାରେ । ସେଠାରୁ ମୃତ ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ଆଣାଯାଇଥିଲା। ହେଲେ ସବୁଠାରୁ ସାଂଘାତିକ କଥା ହେଲା। ଶବକୁ ତାଙ୍କ ଭାଇ ଓ ପରିବାର ଲୋକ ଦେଖିବା ସମୟରେ ଫୁଲିବା ସହ ମୁହକଳା ପଡିଯାଇ ଗନ୍ଧଉ ଥିଲା।

wp:embed {"url":"https://www.prameyanews7.com/teacher-suspend-in-budhapada-school/","type":"wp-embed","providerNameSlug":"prameya-news-7"}
https://www.prameyanews7.com/teacher-suspend-in-budhapada-school/
/wp:embed

ତେବେ ୩ ରୁ ୪ ଦିନ ରୁ ଅଧିକ ସମୟ ପରେ ମୃତ ଶବ ଯେପରି ପରିସ୍ତିତି ହୋଇଥାଏ ସେଭଳି ହୋଇଥିଲା ଶବ। ଯାହାକୁ ନେଇ ହତ୍ୟା କରି ଘରେ ଲୁଚାଇ ରଖିଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ। ଖାଲି ସେତିକି ନୂହେଁ ଗୁଣିଗାରେଡି କରି ପୂଜା କରି ବଳି ଦେଇଥିବା ଭଳି ସାଂଙ୍ଗାତିକ ଅଭିଯୋଗ ଆଣିଛନ୍ତି। କାରଣ ହତ୍ୟା କରିଥିବା ସହ ତାକୁ ଜିବିତ ମଧ୍ୟ କରିବାପରିବ ବୋଲି ସ୍ବାମୀ ମକାରୁ ମୃତ୍ ମହିଳାଙ୍କ ପରିବାର ଲୋକଙ୍କ ଆଗରେ କହିଥିବା ସେମାନେ କହିଛନ୍ତି। ସେପଟେ ଭାଇ ମାନସିକ ରୋଗି ହୋଇଥିବା ବେଳେ ସେ ହତ୍ୟା କରିନଥିବା କହିଛନ୍ତି ମକାରୁଙ୍କ ସାନ ଭାଇ।

ସେପଟେ ତାଙ୍କ ଭାଉଜକୁ ଗତ ଶନିବାର ଦିନ ଶେଷ ଥର ପାଇଁ ଦେଇଥିବା ବେଳେଘର ଭିତରୁ ଗନ୍ଧ ଆସିବା ପରେ ସେ ଜାଣିଥିବା କହିଛନ୍ତି। ଏନେଇ ଲୋଇସିଂହା ପୋଲିସ ମାମାଲା ରୂଜୁ କରି ଛାନଭିନ ଆରମ୍ଭ କରିଛି। ସ୍ବାମୀକୁ ଲୋଇସିଂହା ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

wp:embed {"url":"https://www.prameyanews7.com/ab-de-villiers-chose-his-favorite-team/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ab-de-villiers-chose-his-favorite-team/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.