ସ୍ତ୍ରୀ ଦେଇଥିଲା ସୁପାରି , ପ୍ରେମିକ ଆଣିଥିଲା ହତ୍ୟାକାରୀ : ବଣାଇ ଯୁବକଙ୍କୁ ହତ୍ୟା ଘଟଣାରେ ୬ଗିରଫ

Published By : Prameya-News7 Bureau | December 27, 2019 IST

ସୁନ୍ଦରଗଡ଼ ୨୭/୧୨:ବିବାହ ପରେ ମଧ୍ୟ ପୁରୁଣା ପ୍ରେମକୁ ଭୁଲିପାରିନଥିଲେ ମହିଳା। ଅନ୍ୟର ସ୍ତ୍ରୀ ହୋଇ ପୁରୁଣାପ୍ରେମିକଙ୍କ ସହ ସମ୍ପର୍କରେ ଥିଲେ। ବିବାହ ପରେ ବି ପୁରୁଣା ପ୍ରେମକୁ ପାଇବା ପାଇଁ ମନେମନେ ଚିନ୍ତା କରୁଥିଲେ। ଶେଷରେ ନିଜ ପ୍ରେମିକ ସହ ନିଜ ରାସ୍ତାର କଣ୍ଟା ସ୍ବାମୀକୁ ସବୁଦିନପାଇଁ ହଟାଇ ଦେବା ପାଇଁ କରିଥିଲେ ଷଡ଼ଯନ୍ତ୍ର। ସ୍ବାମୀର ହତ୍ୟା ପାଇଁ ଦେଇଥିଲେ ସୁପାରୀ। ପ୍ରେମିକ ଆଣିଥିଲେ କଣ୍ଟ୍ରାକ୍ଟ କିଲର୍।

{"id":203253,"sizeSlug":"large"}

 ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଲା ଜଙ୍ଗଲରେ ଘଟିଥିବା ବୀଭତ୍ସ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସତ। ଯୁବକକୁ ଗଳାକାଟି ହତ୍ୟା ଘଟଣାରେ ବଣାଇ ପୋଲିସ୍ ମୃତ ଯୁବକଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ଏବଂ ରାଜଗାଙ୍ଗପୁର ଅଂଚଳରୁ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ କରିଥିବା ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି।

{"id":203254,"sizeSlug":"large"}

 ଗତ ୧୯ ତାରିଖରେ ଏହି ହତ୍ୟା କାଣ୍ଡ ଘଟିଥିଲା । ଘଟଣାସ୍ଥଳରୁ ମଦବୋତଲ,ଗାଡ଼ି ଜମତ କରିଥିଲା ପୋଲିସ୍।  ପୋଲିସ ତଦନ୍ତ ଆରମ୍ଭ କରିବାପରେ ପୋଲିସ ତାଙ୍କ ସ୍ତ୍ରୀକୁ ସନ୍ଦେହ କରିଥିଲା। ପରେ ଘଟଣା ସାମ୍ନାକୁ ଆସିଥିଲା। ମୃତକ ଅନିଲ ମୁଣ୍ଡା ବୋଲି ଜଣାପଡ଼ିଥିଲା। ସେ ବଣାଇ କଲେଜ ନିକଟରେ ଏକ ବସ୍ତିରେ ରହୁଥିଲେ । ଆଜି ଅପରାହ୍ନରେ ପୋଲିସ ଏକ ପ୍ରେସମିଟ୍ କରି ସମସ୍ତ ତଥ୍ୟ ଦେବେ ବୋଲି ଜଣାପଡିଛି ।

{"id":203255,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.