ମୋବାଇଲରେ ବ୍ୟସ୍ତ ରହୁଥିଲେ ପତ୍ନୀ, ଫେସବୁକରେ ବଢ଼ୁଥିଲେ ଫଲୋଅର୍ସ : ରାଗିଯାଇ ହତ୍ୟା କରିଦେଲା ସ୍ବାମୀ

Published By : Prameya-News7 Bureau | January 21, 2020 IST

ଜୟପୁର ୨୧/୧: ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବା ସହ ଫଲୋଅର୍ସ ବଢ଼ିବା ଯୋଗୁଁ ନିଜ ଜୀବନ ହରାଇବାକୁ ପଡ଼ିଛି। ପତ୍ନୀଙ୍କ ଫେସବୁକରେ ୬୦୦୦ରୁ ଅଧିକ ଫଲୋଅର୍ସ ହୋଇଯାଇଥିଲେ ଏବଂ ସେ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିଲେ। ପତ୍ନୀଙ୍କ ଏହି ଅଭ୍ୟାସରେ ରାଗି ଯାଇ ସ୍ବାମୀ ଷଡ଼ଯନ୍ତ୍ର କରି ପତ୍ନୀଙ୍କୁ ହତ୍ୟା କରି ଦେଇଛନ୍ତି।

{"id":214112,"width":594,"height":501,"sizeSlug":"large"}

ଘଟଣାଟି ହେଉଛି ଜୟପୁରର ଆମେର ଥାନା ଅଞ୍ଚଳର। ଏଠାରେ ପୋଲିସ୍ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା। ପୋଲିସ୍ ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ବାମୀ ଅୟାଜ ଅହମଦଙ୍କୁ ଗିରଫ କରିଛି।

{"id":214113,"width":574,"height":466,"sizeSlug":"large"}

ପୋଲିସଙ୍କ କହିବା ଅନୁସାରେ ଦିଲ୍ଲୀ ହାଇ-ଓ୍ବେ ସ୍ଥିତ ମନ୍ଦିର ପାଖ ରାସ୍ତା କଡ଼ରେ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିଲା। ନିକଟରେ ମହିଳାଙ୍କ ସ୍କୁଟି ଏବଂ ହେଲମେଟ୍ ମିଳିଥିଲା ଯାହା ଦ୍ବାରା ତାଙ୍କର ପରିଚୟ ମିଳିଥିଲା।

{"id":214114,"width":586,"height":417,"sizeSlug":"large"}

ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିଚୟ ଲୁଚାଇବା ପାଇଁ ପଥରରେ ତାଙ୍କ ମୁଣ୍ଡକୁ ଛେଚା ଯାଇଥିଲା। ମୃତ ମହିଳା ଜୟସିଂହପୁରା ଖୋର ବାସିନ୍ଦା ନୈନା ଓରଫ ରେଶମା ମଙ୍ଗଲାନି ବୋଲି ଜଣାପଡ଼ିଥିଲା।

{"id":214115,"width":580,"height":446,"sizeSlug":"large"}

ପୋଲିସ୍ ପରିବାର ଲୋକଙ୍କ ସହ ଏବିଷୟରେ ପଚରାଉଚୁରା କରିବାରୁ ମହିଳାଙ୍କ ସ୍ବାମୀଙ୍କ ଉପରେ ସନ୍ଦେହ କରିଥିଲା। ଦୁଇ ବର୍ଷ ପୂର୍ବରୁ ଦୁହେଁ ଗାଜିଆବାଦକୁ ଯାଇ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। ପରେ ଅୟାଜ କହିବାରୁ ରେଶମା ତାଙ୍କୁ ବିବାହ କରିଥିଲେ।

{"id":214116,"width":587,"height":468,"sizeSlug":"large"}

ଉଭୟଙ୍କ ୩ମାସର ଏକ ପୁଅ ଅଛି। ସ୍ବାମୀ ଅୟାଜ ଅହମଦ ନିଜ ପତ୍ନୀଙ୍କ ଚରିତ୍ରକୁ ସବୁବେଳେ ସନ୍ଦେହ କରୁଥିଲା। ବିବାହ ପରଠୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ରେଶମା ବର୍ଷେ ହେବ ନିଜ ସ୍ବାମୀଙ୍କଠୁ ଅଲଗା ରହୁଥିଲେ।

{"id":214117,"sizeSlug":"large"}

ସ୍ବାମୀ ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ପାଖକୁ ସମାଧାନ କରିବା ବାହାନା କହି ତାଙ୍କୁ ସାଙ୍ଗରେ ନେଇଯାଇଥିଲା। ତା’ପରେ ଦୁହେଁ ମଦ ପିଇଥିଲେ ଏବଂ ଏହା ପରେ ଅୟାଜ ତାଙ୍କ ମୁଣ୍ଡ ଛେଚି ହତ୍ୟା କରିଥିଲା।

{"id":214118,"width":596,"height":495,"sizeSlug":"large"}

ରେଶମା ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରୁଥିଲେ। ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିଲା।

{"id":214129,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.