ଘର ଭିତରେ ପରମେଶ୍ୱରଙ୍କୁ ଗୋଡାଇ ଗୋଡାଇ ନିର୍ଦ୍ଧୁମ ପିଟିଲେ ସ୍ତ୍ରୀ, ସ୍ୱାମୀ କହିଲେ ପ୍ଲିଜ୍ ମୋତେ ରକ୍ଷାକର

Published By : Prameya-News7 Bureau | May 26, 2022 IST

ରାଜସ୍ଥାନ ୨୬/୦୫: ପ୍ରତିଟି ନାରୀ ପାଇଁ ତା ସ୍ୱାମୀ ଇହ କାଳ ପର କାଳର ଦେବତା । ହେଲେ କିଛି ସ୍ତ୍ରୀ ଏମିତି ଅଛନ୍ତି ଯିଏ ନିଜ ସ୍ୱାମୀଙ୍କୁ ପୂଜା କରିବା ତ ଦୂରର କଥା ଗୋଡାଇ ଗୋଡାଇ ପିଟୁଛନ୍ତି । ଏମିତିକି ବ୍ୟାଟ ଧରି ନିର୍ଦ୍ଧୁମ ପିଟି ଚାଲିଛନ୍ତି । ଯେତେ କାକୁତି ମିନତି ହେଲେ ବି ଛାଡୁନାହାଁନ୍ତି । ଘରେ ନିଜ ପୁଅ ସାମ୍ନାରେ ଏମିତି ପିଟି ଚାଲୁଛନ୍ତି ମହିଳା ଜଣଙ୍କ ।

ପରିସ୍ଥିତି ଏମିତି ହେଉଛି ବାଧ୍ୟ ହୋଇ ଘରୁ ବାହାରକୁ ଚାଲିଯାଉଛନ୍ତି ସ୍ୱାମୀ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ରାଜସ୍ଥାନ ଅଲଓ୍ୱରରୁ ନଜର ଆସିଥିବା ଘଟଣାକୁ ନେଇ ସବୁଠି ହଇଚଇ । ମହିଳା ଜଣକ ଏତେ ରାଗି ଯାଉଛନ୍ତି ଯେ, ହାତରେ ଯାହା ପାଇଲେ ତାହା ସ୍ୱାମୀଙ୍କ ଉପରକୁ ପିଙ୍ଗୁଛନ୍ତି । ସୂଚନା ଥାଉକି, ଅଲଓ୍ୱାରର ଶିକ୍ଷକ ଅଜିତ ଯାଦବ ୯ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ ।

କିନ୍ତୁ ଯାହାକୁ ସାଥ ଜନମର ସାଥୀ କରିଥିଲେ ସେ ଏବେ ଭକ୍ଷକ ସାଜିଛି । କିନ୍ତୁ ଏବୁର କାରଣ କଣ? କାହିଁକି ଏମିତି ସ୍ତ୍ରୀଟି ତାଙ୍କ ସ୍ୱାମୀଙ୍କୁ ପିଟି ଚାଲିଛନ୍ତି ? ତାର କାରଣ କଣ ଜଣାପଡ଼ିନି । ତେବେ ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଲୋକେ ନାନା ଚର୍ଚ୍ଚା କରୁଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ସ୍ତ୍ରୀଙ୍କ ଉଗ୍ରରୂପ । ଆଉ ସ୍ତ୍ରୀଙ୍କ ଏହି ରୂପ ଦେଖି ସ୍ୱାମୀଙ୍କ ଅବସ୍ଥା ବି ସାଂଘାତିକ ହୋଇଯାଇଛି । ଘରେ ଲାଗିଥିବା ସିସିଟିଭିରେ ସବୁ ଭିଜୁଆଲ ରେକର୍ଡ ହୋଇଛି ।

wp:html /wp:html

ଘଟମାରୁ ଯାହା ଜଣାପଡିଛି ଏମିତି ଘଟଣା ରିତିମତ ଚାଲେ । ପୂର୍ବରୁ ମଧ୍ୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଏମିତି ପିଟନ୍ତି । ହେଲେ ସ୍ୱାମୀ ଏସବୁ ସହିଯାଇ କାହାରି ଆଗରେ ପ୍ରକାଶ କରୁନିଥିଲେ । ଘର କଥା ଘରେ ରହୁ ବୋଲି ଚାହୁଁଥିଲେ ।

କିନ୍ତୁ ଧୈର୍ଯ୍ୟର ସବୁ ସୀମା ପାର୍ ହେବାରୁ ସେଷରେ ସେ ବାଧ୍ୟହୋଇ ସ୍ୱାମୀ ଅଜିତ ପୋଲିସର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଲେ । ଶେଷରେ ସେୟା ବି ହେଲା । ମାମଲା ଥାନା ଓ କୋର୍ଟକୁ ଗଲା । ଯାଞ୍ଚରେ ସିସିଟିଭ ଫୁଟେଜ ଚେକ୍ କରିବାକୁ ସବୁ ଘଟଣା ସାମ୍ନାକୁ ଆସିଥିଲା । ଏବେ ସ୍ୱାମୀଙ୍କୁ ସୁରକ୍ଷା ଦେବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.