ଭଦ୍ରକ ୨୩/୦୫ : ରାଜ୍ୟରେ ଆଉ ଦୁଇଦିନ ପରେ ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର କସରତ । ଭୋଟରଙ୍କୁ ମନେଇବାକୁ ସବୁପ୍ରକାର କସରତ ଆପଣେଇଛନ୍ତି ପ୍ରାର୍ଥୀ । ଡୋର ଟୁ ଡୋର କ୍ୟାମ୍ପେନ ସହ ମୈଦାନରେ ପ୍ରଚାର ଜୋରଦାର ।
ଏମିତିକି ପ୍ରତି ପ୍ରାର୍ଥିଙ୍କ ସହ ମୈଦାନରେ ପରିବାର ବି ସାମିଲ ହୋଇଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ସେମାନଙ୍କ ସ୍ତ୍ରୀ । ପ୍ରାର୍ଥିଙ୍କ ସହ ପ୍ରଚାରର ମଙ୍ଗ ଧରୁଛନ୍ତି ପ୍ରାର୍ଥିଙ୍କ ପରିବାର । ପ୍ରାର୍ଥିଙ୍କ ସ୍ତ୍ରୀ ମାନେ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି । ବିଜେପିର ଭଦ୍ରକ ସାଂସଦ ପ୍ରାର୍ଥି ଅଭିମନ୍ୟୁ ସେଠିଙ୍କ ପାଇଁ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରଚାର କରୁଛନ୍ତି ସ୍ତ୍ରୀ ଶ୍ରାବଣୀ ପ୍ରିୟଦର୍ଶିନୀ ।
ଭଦ୍ରକ ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯାଇ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି । ଡୋର କ୍ୟାମ୍ପେନ ମଧ୍ୟ କରୁଛନ୍ତି । ତେବେ ଲୋକେ ପ୍ରତିଶୃତି ଦେଉଛନ୍ତି ଓ ମୋଦି ଗ୍ୟାରେଣ୍ଟି ପ୍ରତି ଆକର୍ଷିତ ହେଉଥିବା କହିଛନ୍ତି । ଏଥର ଓଡିଶାରେ ନିଶ୍ଚିତ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶ୍ରାବଣୀ ।