୯୮ବର୍ଷରେ ପଦାର୍ପଣ କଲେ ମହାନ୍ ଅଭିନେତା ଦିଲୀପ କୁମାର : ଏବର୍ଷ ଜନ୍ମଦିନ ସେଲିବ୍ରେସନ ହେବ ନାହିଁ ବୋଲି କହିଲେ ପତ୍ନୀ ସାୟରା ବାନୋ

Published By : Prameya-News7 Bureau | December 11, 2020 IST

ମୁମ୍ବାଇ ୧୧/୧୨: ନିଜ ଜମାନାର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଆଜି ୯୮ବର୍ଷର ହୋଇ ଯାଇଛନ୍ତି। ଦିଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ପ୍ରତି ବର୍ଷ ତାଙ୍କ ଜନ୍ମଦିନ ପ୍ଲାନ୍ କରନ୍ତି କିନ୍ତୁ ଏଥର ସେ କୌଣସି ବଡ଼ ଉତ୍ସବ ପାଳନ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ସଙ୍କଟ ଯୋଗୁଁ  ଏବର୍ଷ କୌଣସି ବଡ଼ ପର୍ବ ପାଳନ କରାଯିବ ନାହିଁ କାରଣ କରୋନାର ପ୍ରକୋପ ଏବେ ବି ଜାରି ରହିଛି। ଏହା ବ୍ୟତୀତ ଦିଲୀପ କୁମାରଙ୍କ ଭାଇ ଅହସାନ ଏବଂ ଅସଲମଙ୍କ ମଧ୍ୟ ନିକଟରେ ପରଲୋକ ହୋଇଛି। ସାୟରା ବାନୋ ଟାଇମସ୍ ଅଫ୍ ଇଣ୍ଡିଆ ସହ ସାକ୍ଷାତକାରରେ କହିଥିଲେ ଯେ ସେମାନେ ଇଦ ସେଲିବ୍ରେସନ ମଧ୍ୟ କରି ନାହାନ୍ତି। ଦିପାବଳୀ କିମ୍ବା​ ଅନ୍ୟ ପର୍ବ ମଧ୍ୟ ପାଳନ କରି ନାହାନ୍ତି।

wp:embed {"url":"https://twitter.com/TheDilipKumar/status/1337214110195335168","type":"rich","providerNameSlug":"twitter","responsive":true,"className":""}
https://twitter.com/TheDilipKumar/status/1337214110195335168
/wp:embed

ଏବର୍ଷ କରୋନା ଯୋଗୁଁ ଅନେକ ଲୋକେ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ପରିବାରରେ ମଧ୍ୟ ୨ଟି ଟ୍ରାଜେଡ଼ି ହୋଇଛି। ଦିଲୀପ କୁମାରଙ୍କ ସାନ ଭାଇ ଅହସାନ ଏବଂ ଅସଲମଙ୍କ ପରଲୋକ ଏହି ନିକଟରେ ହୋଇଛି। ଏଥିପାଇଁ ସେ ଏବର୍ଷ ଦିଲୀପ କୁମାରଙ୍କ ଜନ୍ମଦିନରେ ଛୋଟ ଆୟୋଜନ କରିବେ। ଏହି ଜନ୍ମଦିନ ସେଲିବ୍ରେସନରେ ପରିବାର ଲୋକ ଏବଂ କିଛି ବନ୍ଧୁ ହିଁ ରହିବେ। ଦିଲୀପ କୁମାରଙ୍କ ଫିଲ୍ମ ‘ଗଙ୍ଗା ଯମୁନା’କୁ ନିକଟରେ ୫୦ବର୍ଷ ପୂରିଛି।

{"id":376069,"sizeSlug":"large","linkDestination":"none"}

 ‘ଗଙ୍ଗା ଯମୁନା’ର ସ୍ମୃତିକୁ ସେୟାର କରି ସାୟରା ବାନୋ କହିଛନ୍ତି ଯେ ଏହି ଫିଲ୍ମ ଦିଲୀପ ଏବଂ ସାୟରାଙ୍କ ପାଇଁ ଅତ୍ୟନ୍ତ ଖାସ୍। ସାୟରା ବାନୋ ‘ଗଙ୍ଗା ଯମୁନା’ର ରିଲିଜକୁ ମନେ ପକାଇ କହିଛନ୍ତି ଯେ ଏହା ଦିଲୀପ କୁମାରଙ୍କ ନିଜର ପ୍ରୋଜେକ୍ଟ ଥିଲା। ଅନେକ ଲୋକ ସେତେବେଳେ କହିଥିଲେ ଯେ ଏହାର ଷ୍ଟୋରି ଚାଲିବ ନାହିଁ। ଏହା ପରେ ମଧ୍ୟ ସେ ନିଜ ବିଶ୍ବାସରେ କାୟମ ରହିଥିଲେ। ସେ ଆଗକୁ ବଢ଼ିଥିଲେ ଏବଂ ତାଙ୍କୁ ସଫଳତା ମିଳିଥିଲା।

{"id":376072,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.