ବିବାହର ସାତବର୍ଷ ପରେ ସ୍ତ୍ରୀକୁ ଭଡ଼ାଘରେ ସ୍ବାମୀ ଛାଡ଼ି ଛୁ, ନ୍ୟାୟ ଦାବିରେ ଧାରଣାରେ ଶାଶୂଘର ସାମ୍ନାରେ ବସିଲେ ମହିଳା

Published By : Prameya-News7 Bureau | November 12, 2022 IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ନିକଟ ବଡ଼ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ପିଙ୍କି ବେହେରା ନାମକ ଜଣେ ମହିଳା ଅଶୋକ କୁମାର ଦାସଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ପିଙ୍କିଙ୍କ କହିବା ମୁତାବକ ସେ ଅଶୋକ କୁମାର ଦାସଙ୍କୁ ବିଗତ ୭ବର୍ଷ ତଳେ ଅର୍ଥାତ୍ ୧୭.୦୨.୨୦୧୬ ରେ ନୟାଗଡ଼ ସ୍ଥିତ କୌଣସି ଏକ କାଳୀ ମନ୍ଦିରରେ ବିବାହ କରିଥିଲେ ଏବଂ ଭୁବନେଶ୍ବର ନୟାପଲ୍ଲୀରେ ଯାଇରହୁଥିଲେ । କିନ୍ତୁ ଜୁନ ମାସ ୧୩ ତାରିଖ ଠାରୁ ସେ କାହାକୁ କିଛି ନକହି କେଉଁ ଆଡେ ଚାଲିଯାଇଥିଲେ।

ଦୁଇ ଚାରିଦିନ ଖୋଜାଖୋଜି କରିବାପରେ ଖାରବେଳ ନଗର ଥାନାରେ ନିଖୋଜ ହୋଇଯିବାର ଏକ ଏତଲା ଦେଇଥିଲେ ଏବଂ  କିଛିଦିନ ପରେ ପିଙ୍କି ଖବର ପାଇଥିଲେ ଯେ ତାଙ୍କ ସ୍ଵାମୀ ନିଜ ଘର ବାଘମାରିରେ ରହୁଛନ୍ତି । ତତ୍ପରେ ସେ ବାଘମାରି ଆସି ଘରଲୋକମାନଙ୍କୁ ପଚରା ଉଚରା କରିବା ପରେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ତେଣୁ ଆଜିଠାରୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହିଠାରେ ଧାରଣାରେ ବସିବେ ବୋଲି ପିଙ୍କି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.