NRI ସ୍ବାମୀକୁ ବରବାଦ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ସ୍ତ୍ରୀ, କାର ଅଟକାଇ ପୋଲିସ୍‌ କଲା ଖୁଲାସା

Published By : Prameya-News7 Bureau | December 05, 2020 IST

ଜଳନ୍ଧର ୦୫/୧୨: ସ୍ବାମୀଙ୍କ ଅବନତୀ କାମନା କରୁଥିଲା ସ୍ତ୍ରୀ। ଏପରିକି ନିଶା ଔଷଧ ଦେଇ ସ୍ବାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରୁଥିଲା ପତ୍ନୀ। ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ରଖିବାକୁ ଯାଇ ସ୍ବାମୀର ଭବିଷ୍ୟତ ଖରାପ କରିବାକୁ ଯାଉଥିବା ସ୍ତ୍ରୀକୁ କାବୁ କରିଛି ପୋଲିସ।

ଏଭଳି ଏକ ଘଟଣା ଜଳନ୍ଧର ସହରରେ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏକ ସନ୍ଦିଗ୍ଧ କାରକୁ ଅଟକାଇଥିଲା। ଯେଉଁଥିରେ ଦମ୍ପତି ରଣଜୀତ ସିଂହ ଓ ଗଗନଦୀପ କୌର ଥିଲେ। ପୋଲିସ ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରୁ ୬୦ ନିଶା ଟ୍ୟାବଲେଟ୍‌ ପାଇଥିଲା। ତେବେ ମହିଳାଙ୍କର ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ରହିଛି ତେଣୁ ସେ ନିଜ ପତିଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିଲେ ବୋଲି ପୋଲିସ କହିଛି।

ତେଣୁ ମହିଳାଜଣଙ୍କ ଗାଡ଼ିରେ ନିଶା ଔଷଧ ରଖିଥିଲେ। ଯାହା ଦ୍ବାରା ତାଙ୍କ ସ୍ବାମୀ ଆଉ ବିଦେଶ ଯାଇପାରିବେ ନାହିଁ ଓ ତାଙ୍କର ଭବିଷ୍ୟତ ଖରାପ ହୋଇଯିବ। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତର ସ୍ବାମୀ ୧୫ ଦିନ ପୂର୍ବରୁ ବିଦେଶରୁ ଫେରିଥିଲେ। ତା ପରଠୁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର। କିନ୍ତୁ ପୋଲିସ ତାର ସମସ୍ତ ଚାଲ୍‌କୁ ଭଣ୍ଡୁର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.