ବିବାହ ବେଦୀରୁ କାନ ଧରି ଉଠାଇଆଣିଲା ସ୍ତ୍ରୀ, ବିବାହର ବାରବର୍ଷ ପରେ ସ୍ଵାମୀ କରୁଥିଲା ୨ୟ ବିବାହ

Published By : Prameya-News7 Bureau | January 15, 2019 IST

ମୁରାଦାବାଦ ୧୫/୧-ବିବାହର ବାରବର୍ଷ ବିତିଯାଇଥିଲେ ବି ମନ ବୁଝି ନଥିଲା । ଆଉଥରେ ବିବାହ କରିବାକୁ ବର ହୋଇ ବେଦୀରେ ବସିଥିଲା ସ୍ଵାମୀ । ହେଲେ ସ୍ତ୍ରୀ ଦେଇଛି ସ୍ଵାମୀକୁ ଉପଯୁକ୍ତ ଶିକ୍ଷା । କାନ ଧରି ଉଠାଇଆଣିଛି ବେଦୀରୁ , ପୋଲିସ ହାତରେ ନିଜ ସ୍ଵାମୀକୁ ଟେକି ଦେଇଛି ।

{"id":74451}

ଏହିଭଳି ଘଟଣା ଘଟିଛି ଗୁନୌର ଥାନା ଗୌଥାନା ଅଂଚଳରେ ।  ମହେଶ ୧୨ ବର୍ଷ ପୂର୍ବେ ସୋମବତୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲା । ସୋମବତୀ  ଓ ମହେଶ ମଧ୍ୟ ପିଲାଟିଏ ଜନ୍ମ ଦେଇଥିଲେ । ଉଭୟଙ୍କ ପରିବାରରେ କିଛି ବିଶୃଙ୍ଖଳା ନ ଥିଲା । କିଛିଦିନ ହେବ ଉଭୟଙ୍କ ଭିତରେ ବୁଝାବଣା ଠିକ ନ ରହିବାରୁ ସୋମବତୀ ବାଘର ପାଖରେ ରହୁଥିଲା ।

{"id":74453}

ଏହି ମୌକାରେ ସ୍ଵାମୀ ଓ ତାଙ୍କ ପରିବାର ଲୋକ ଅନ୍ୟତ୍ର ବିବାହ ଠିକ କରିଥିଲେ । ମହେଶ ବରଯାତ୍ରୀ ସହ ୨ୟ ବିବାହ କରିବାକୁ ଯାଇଥିଲା । ଏହି ଖବର ପ୍ରଥମ ସ୍ତ୍ରୀ ସୋମବତୀ ଜାଣିବାପରେ ମହେଶ ବିବାହ କରୁଥିବା ସ୍ଥାନକୁ ଯାଇଥିଲା । ସେଠାରେ ବରଯାତ୍ରୀ ଖାଉଥିବାବେଳେ ମହେଶ ବିବାହ ବେଦୀରେ ବସିଥିଲା । ଏହି ସମୟରେ ସିନେମା ଷ୍ଟାଇଲରେ ମହେଶର କାନ ଧରି ଉଠାଇଆଣିଥିଲା । ଏହି ଘଟଣା ସଂପର୍କରେ ପୋଲିସକୁ ମଧ୍ୟ ପୂର୍ବରୁ ଜଣାଇସାରିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମହେଶକୁ ଗିରଫ କରିବା  କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.