ନିର୍ଭୟା : ଫାଶୀ କଥା ଶୁଣି କୋର୍ଟ ସାମ୍ନାରେ ଅଚେତ୍ ହୋଇ ପଡିଗଲେ ଅକ୍ଷୟର ପତ୍ନୀ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବରୁ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ସମାପ୍ତ ହୋଇ ସାରିଛି। ଏହା ମଧ୍ୟରେ କୋର୍ଟ ବାହାରେ ଦୋଷୀ ଅକ୍ଷୟର ପତ୍ନୀ ପୁନିତା ଦେବୀ ଅଚେତ୍ ହୋଇ ପଡିଛନ୍ତି। ଅକ୍ଷୟ ନିଜର ପତ୍ନୀଠୁ ଛାଡ ପତ୍ର ନେବା ପାଇଁ ଯାଚିକା ଦାଖଲ କରିଥିଲା, ମାତ୍ର ପୁତିନା ଶୁଣାଣିରେ ପହଞ୍ଚିନଥିଲେ। ଏବେ କୁହାଯାଉଛି ଯେ, ଏସବୁ ଫାଶୀକୁ ଘୁଞ୍ଚାଇବା ଲାଗି କରାଯାଉଥିଲା।

ଅକ୍ଷୟ ଠାକୁର ନିଜର ପତ୍ନୀ ପୁନିତା ଦେବୀ କୋର୍ଟରେ ଛାଡ ପତ୍ର ଲାଗି ଆବେଦନ କରିଥିଲେ। ଏହା ଉପର ଔରଙ୍ଗାବାଦର ଫ୍ୟାମିଲି କୋର୍ଟରେ ଆଜି ଶୁଣାଣି ହେବାର ଥିଲା, ମାତ୍ର ପୁନିତା ଦେବୀ ଶୁଣାଣି ସମୟରେ ସେଠାରେ ପହଞ୍ଚିନଥିଲେ। ତେଣୁ ଶୁଣାଣିକୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ନିର୍ଭୟାର ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ଅର୍ଥାତ ଶୁକ୍ରବାର ସକାଳ ୫ଟା ୩୦ ମିନିଟ୍‌ରେ ଫାଶୀ ଦିଆଯିବ। ତେଣୁ କୁହାଯାଉଛି ଯେ, ଏସବୁ ଫାଶୀକୁ ଘୁଞ୍ଚାଇବା ଲାଗି କରାଯାଉଥିଲା।

{"id":240863,"sizeSlug":"large"}

ଦିଲ୍ଲୀର ଏକ ଅଦାଲତ ଗୁରୁବାର କହିଛି ଯେ, ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଆଇନରୁ ଆଶ୍ଵସ୍ତି ପାଇବା ଲାଗି ଚାରି ଦୋଷୀଙ୍କ କୌଣସି ଅଦାଲତରେ କିଛି ବି ଯାଚିକା ବିଚାରଧୀନ ନାହିଁ। ଅତିରିକ୍ତ ସେସନ୍ ଜଜ ଧର୍ମେନ୍ଦ୍ର ରାଣା ସରକାରୀ ପକ୍ଷଙ୍କୁ କହିଛନ୍ତି ଯେ, ଦୋଷୀ ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତାର ଦ୍ଵିତୀୟ ରାଜକ୍ଷମା ଆବେଦନ ଉପରେ ଶୁଣାଣି କରିବାକୁ ଖାରଜ କରି ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପରି ଯାଚିକା ଶୁଣାଣିର ଯୋଗ୍ୟ ନୁହଁ।

ଉଲ୍ଲେଖଯୋଗ୍ୟ, ଚାରି ଦୋଷୀଙ୍କ ମଧ୍ୟରୁ ତିନି ଜଣ ମୃତ୍ୟୁ ସଜା ଉପରେ ରୋକ୍ ଲଗାଇବା ଦାବି କରି ଦିଲ୍ଲୀର ଏକ ଅଦାଲତର ଦ୍ଵାରସ୍ଥ ହୋଇଥିଲେ। ମାତ୍ର ସେମାନଙ୍କର ଯାଚିକାକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହା ପୂର୍ବରୁ ପଟିଆଲା ହାଉସ୍ କୋର୍ଟ ଦୋଷି ମୁକେଶ ସିଂହ(୩୨), ପବନ ଗୁପ୍ତା(୨୫), ବିନୟ ଶର୍ମା(୨୬) ଓ ଅକ୍ଷୟ କୁମାର ସିଂହ(୩୧)ଙ୍କୁ ଫାଶୀ ଦେବା ପାଇଁ ଚତୁର୍ଥ ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରିଥିଲେ। ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.