ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

IRB ଯବାନ ସ୍ୱାମୀଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ; ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ  

30/09/2022 at 5:25 PM

ଫୁଲବାଣୀ ୩୦/୦୯: ପ୍ରଥମେ ପ୍ରେମ ଆଉ ଭାବର ଆଦାନ ପ୍ରଦାନ, ତାପରେ ବିବାହl ବାହାଘର ବି ସ୍ୱଭାବିକ ନୁହେଁ ପ୍ରେମିକାଙ୍କୁ ଜୋର ଜବରଦସ୍ତ ଘରୁ ଉଠାଇଆଣି ତାଙ୍କ ସହିତ ବିବାହ କରିଥିଲେ। ଆଇଆରବି ଯବାନ ଗୌରି ଶଙ୍କର ପ୍ରଧାନ ଏପରି କରିଥିଲେ। କିନ୍ତୁ ଏବେ ତାଙ୍କ ବାହାଘରକୁ ୪ ବର୍ଷ ପୁରି ନଥିବା ବେଳେ ସ୍ୱାମୀ ଗୌରି ଶଙ୍କର  ତାଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଫଳରେ ୨୦୧୯ରେ ତାଙ୍କ ସ୍ତ୍ରୀ ନାଇମା ତାଙ୍କ ବାପ ଘରକୁ ଫେରିଯାଇଥିଲେ।  

ଏନେଇ  ସ୍ତ୍ରୀ ନାଇମା ଦାରିଙ୍ଗବାଡ଼ି  ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଥାନାଧିକାରୀ କିଛି ଶୁଣୁନଥିବା ଅଭିଯୋଗ ହୋଇଛି l ଫଳରେ ନଇମା ନ୍ୟାୟ ପାଇଁ  ଏବେ କନ୍ଧମାଳ ଆରକ୍ଷି ଅଧିକ୍ଷକ (ଏସପି)ଙ୍କ ପାଖରେ ଅଭଯୋଗ କରିଛନ୍ତି l ସ୍ୱାମୀ ଗୌରୀଶଙ୍କର ତାଙ୍କୁ ଯୌତୁକ ଆଣିବାକୁ କହି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯେଗ କରିଛନ୍ତି।

ଏପରିକି ନାଇମାଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରି ତାଙ୍କ ଗର୍ଭନଷ୍ଟ କରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ   ଆଣିଛନ୍ତି l ତେବେ ସେ ଓଡ଼ିଶା ପୋଲିସ ବିଭାଗରଜଣେ କର୍ମଚାରୀ ତଥା ଯବାନ ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ତଦନ୍ତ ପରେ ଏହି ଘଟଣାର ସତ୍ୟତା ଜଣାପଡିବ ବୋଲି କୁହାଯାଇଛି। କିନ୍ତୁ ଏହି ଅଭିଯୋଗକୁ କୌଣସି ପୋଲିସ ଅଧିକାରୀ କିମ୍ୱା କନ୍ଧମାଳ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

   Related Posts