ଦାଢ଼ି ନ କାଟିବ ଯଦି ତଲାକ୍‌ ଦେଇଦେବି, ମଡେଲ୍‌ ସ୍ତ୍ରୀର ଧମକ ନେଇ ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

Published By : Prameya-News7 Bureau | November 25, 2021 IST

ଅଲିଗଡ଼, ୨୫/୧୧: ଉତ୍ତରପ୍ରଦେଶର ଅଲିଗଡ଼ରେ ଜଣେ ଇମାମ୍‌ଙ୍କ ପତ୍ନୀ ଦାଢ଼ି ରଖିବାକୁ ନେଇ ବିବାହ ବିଛେଦ କରିବାକୁ ଧମକ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପତ୍ନୀ ଜଣକ କହିଛନ୍ତି ଯେ, ମୁଁ ଜଣେ ମଡେଲ୍‌ । ମୋତେ ବିନାଦାଢ଼ି ରଖିଥିବା ସ୍ୱାମୀ ଦରକାର । ଦାଢ଼ିକୁ ନେଇ ହୋଇଥିବା ଏହି ବିବାଦର ସମାଧାନ ପାଇଁ ଇମାମ୍‌ ଜଣକ ଏସ୍‌ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଏବେ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇନଥିବା ଜଣାପଡ଼ିଛି ।

ଅଭିଯୋଗରେ ଇମାମ୍‌ ଦର୍ଶାଇଛନ୍ତି ଯେ, ସେ ଜୁନ୍‌ ୨୦୨୦ରେ ବିବାହ କରିଥିଲେ । ହେଲେ ଏବେ ତାଙ୍କ ସ୍ତ୍ରୀ କହୁଛନ୍ତି ଯେ ଦାଢ଼ି ସବୁ କାଚିଦେବାକୁ । କାରଣ ସେ ଜଣେ ମଡେଲ୍‌ । ମୁଁ ଏକ ଧାର୍ମିକ ସ୍ଥଳର ଇମାମ୍‌ । ତେଣୁ ମୁଁ ଏପରି କରିପାରିବି ନାହିଁ । ମୁଁ ମୋ ପତ୍ନୀକୁ ନେଇ ବହୁତ ଚିନ୍ତିତ ରହୁଛି । ଏଥିପାଇଁ ମୁଁ ଅଭିଯୋଗ କରୁଛି ବୋଲି ସେ ଏଥିରେ କହିଛନ୍ତି ।  

ପତ୍ନୀ ଜଣକ ବିବାହର କିଛି ଦିନ ପର ଠାରୁ ଦାଢ଼ି କାଟିବାକୁ ଧମକ ଦେଇଆସୁଛନ୍ତି । ଏହି କାରଣରୁ ପିତା ମାତାଙ୍କ ସହିତ ମଧ୍ୟ ତାଙ୍କର ପଡ଼ୁନାହିଁ । ଘରେ ସର୍ବଦା ଅସାନ୍ତି ଲାଗି ରହୁଛି । ତେଣୁ ଏହାର ସମାଧାନ କରିବା ପାଇଁ ସେ ଏସ୍‌ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଆଜି ତାଙ୍କର ଅଧିକାରୀଙ୍କ ସହ ଦେଖା ହୋଇପାରିନଥିବା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.