ପ୍ରେମିକ ପାଇଁ ସ୍ଵାମୀକୁ କରିଲା ହତ୍ୟା , ବିବାହିତା ମହିଳାଙ୍କ ଛଳନା ସ୍ବାମୀଙ୍କର ନେଲା ଜୀବନ

Published By : Prameya-News7 Bureau | March 05, 2019 IST

 ଗଂଗନଗର ୫/୨-ଦେଶପାଇଁ ଲଢ଼େଇ କରୁଥିବା ସ୍ଵାମୀପାଇଁ ସ୍ତ୍ରୀଟି କେତେ ଗର୍ବ କରିଥାଏ । ଯଦି ସୀମାରେ ଲଢ଼େଇ କରୁକରୁ ଶହୀଦ ହୋଇଯାଏ, ସାରାଦେଶର ଲୋକଙ୍କ  ଆଖିରୁ ବୋହିଯାଉଥିବା ଲୁହ ହୋଇଯାଏ ସେହି ଯବାନ ପାଇଁ ଶ୍ରଦ୍ଧାଜଂଳୀ । ଯେତେବେଳେ ଜଣକ ସ୍ବାମୀ ଦେଶପାଇଁ ଲଢ଼େଇ କରୁଥାଏ, ସ୍ତ୍ରୀର ଛାତି ହୋଇଯାଉଥାଏ କୁଣ୍ଢେ ମୋଟ ।

ଜଣେ ଯବାନ ସିନା ସୀମାରେ ଶତ୍ରୁ ସହିତ ଯୁଦ୍ଧ କରୁଥାଏ , ହେଲେ ଗୃହଶତ୍ରୁ ଯଦି ଶତ୍ରୁତା ଆଚରଣ କରେ ବଂଚିବା ମୁସ୍କିଲ ହୋଇପଡ଼େ । ସୀମାର ଶତ୍ରୁକୁ ସାମନାରେ ସିନା ପରାସ୍ତ କରିହୁଏ କିନ୍ତୁ ଗୃହଶତ୍ରୁକୁ ପରାସ୍ତ କରିବା କଷ୍ଟକର ହୋଇପଡ଼େ । ସେମିତି ଜଣେ ସ୍ତ୍ରୀ ଯିଏ ନିଜର ସ୍ଵାମୀର ମୃତ୍ୟୁପାଇଁ ତିଆରି କରିଛି ଚକ୍ରବ୍ୟୁହ, କେତେଶ୍ରୀଘ୍ର ମରିପାରିବ ସେଥିପାଇଁ ହୋପଡ଼ିଛି ମଧ୍ୟ ଚିନ୍ତିତ । ସେଭଳି ଏକ ଘଟଣା ଯାହା ଫଉଜି ସ୍ଵାମୀକୁ ମାରିବା ପାଇଁ ବିଛାଇଥିଲା ଜାଲ ।ସେହି ସ୍ତ୍ରୀ  ମିଶନ ସଫଳ କରି ସ୍ଵାମୀ ହତ୍ୟାକାରିଣିର ପରିଚୟ ରଖିଛି ଦୁନିଆ ଆଗରେ ।

ସୁନୀଲ ସେନାବାହିନୀରେ ଥିବାବେଳେ ସ୍ତ୍ରୀ ଥିଲା ଗୁହିଣୀ । ସୁନିଲ ମାର୍ଚ୍ଚ୩୧ ତାରିଖରେ ନେଇଥାନ୍ତେ ଅବସର । ଦୁଇପୁଅ ଓ ପରିବାର ସହ ଗଂଗନଗର ଅଂଚଳରେ ରହୁଥିଲେ ସୁନୀଲ । ପରିବାର ସହ ବିବାଦ ନ ଥିବା ସତ୍ତ୍ଵେ ବି ସୁନୀଲକୁ କିଏ କାହିଁକି ହତ୍ୟା କଲା ପୋଲିସର ସନ୍ଦେହ ହୋଇଥିଲା ଘନୀଭୂତ । ସେ ପ୍ରଥମେ ସୁନୀଲର ସ୍ତ୍ରୀ ବିଣାକୁ ଡ଼ାକି  ଥାନାକୁ ଡ଼ାକି ପଚରାଉଚରା କଲା ପରେ ଜଣାପଡ଼ିଥିଲା ସବୁ ଘଟଣା ।

ସୁନୀଲ ସୈନ୍ୟବାହିନୀରେ ଯୋଗଦେଇଥିବା କାରଣରୁ ଅଧିକାଂଶ ସମୟ ବାହାରେ ରହୁଥିଲେ । ଏହି ମୌକାରେ ବୀଣା ରୋହିତ ଶର୍ମା ନାମକ ଜଣେ ଯୁବକଙ୍କ ପରିଚୟ ହୋଇଥିଲା । ବିଣା ଆଧ୍ୟାତ୍ମିକତା ଓ ଧର୍ମ ଚର୍ଚ୍ଚାରେ ସମୟ ବିତାଉଥିଲେ ।  ଏଭଳି ଜଣେ ଧର୍ମପରାୟଣା ସ୍ତ୍ରୀ ନିଜ ସ୍ଵାମୀକୁ ହତ୍ୟାକରିବା ପାଇଁ ଷଡ଼ଯନ୍ତ୍ର ରଚିବ କିଏ ଜାଣିଥିଲା ?

ବିଣା ଗୋଟିଏ ପ୍ରବଚନ କାର୍ଯ୍ୟକ୍ରମକୁ ଯାଇଥିଵା ସମୟରେ ରୋହିତ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ଓ ପରେପରେ ପ୍ରେମ ସୃଷ୍ଟି ହୋଇଥିଲା । ଏହି ପ୍ରେମ ସଂପର୍କ ଏତେ ନିବିଡ଼ ହୋଇଯାଇଥିଲା ସେମାନେ ସୁନୀଲଙ୍କୁ ରାସ୍ତାରୁ ହଟାଇଵା ପାଇଁ ଚାହୁଁଥିଲେ ।

ଯୋଜନା ଅନୁସାରେ ଯେତେଶୀଘ୍ର ସେମାନେ ସୁନୀଲକୁ ହତ୍ୟା କରିବେ ଉଭୟ ପ୍ରେମୀ ସାଙ୍ଗ ହୋଇ ରହିବେ ବୋଲି ମଧ୍ୟ କଥା ହୋଇଥିଲେ ।

ପୂର୍ବଯୋଜନା ଅନୁସାରେ ସୁନୀଲ ଘରକୁ ଆସିବା ପରେ ସେମାନଙ୍କ ଯୋଜନାକୁ କରିଥିଲେ କାର୍ଯ୍ୟକାରୀ । ବିଣାକୁ ନିଜ ଘରଠାରୁ ଅଳ୍ପଦୂରରେ ସ୍କୁଟି ଶିଖାଉଥିବା ବେଳେ ଅଜଣା ବ୍ୟକ୍ତି ସୁନୀଲ ଉପରକୁ  କରିଥିଲେ ଗୁଳି । ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ  ତା ପରଦିନ ଆଖିବୁଜି ଦେଇଥିଲେ ସୁନୀଲ ।

ଏହି ଘଟଣାରେ ପୋଲିସ ସ୍ତ୍ରୀ ବୀଣାକୁ ଗିରଫ କରିବା ସହ ମୁଖ୍ୟ ଅଭିଯୁକ୍ତ ରୋହିତ ଶର୍ମାକୁ ମଧ୍ୟ ଗିରଫ କରିଛି । ଏହି ଘଟଣାର ଅନ୍ୟଜଣେ ସହଯୋଗୀ ଅଜୟକୁ ଗିରଫ କରିପାରିନି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.