Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ : ଦମ୍ପତ୍ତିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ

24/08/2022 at 10:34 AM

ଘଟଗାଁ ୨୪।୮: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଗୋଠ ଗ୍ରାମରେ ପେଟ୍ରୋଲ ଢାଳି ନିଆଁ ଲଗାଇ ସ୍ବାମୀ-ସ୍ତ୍ରୀଙ୍କୁ ମାରିବା ଉଦ୍ୟମ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ରାତିରେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ତାନାନ୍ତର ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଏବଂ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ ରାତିରେ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଅଜଣା ଲୋକ । ନିଆଁରେ ପୋଡି ହୋଇ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥା କରାଯାଇଥିଲା । ମଙ୍ଗଳବାର ଉଗ୍ରସେନଙ୍କ ସ୍ତ୍ରୀ ଜୟନ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତର ଟେର  ପାଇପାରିନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts