ମଦ୍ୟପ ସ୍ୱାମୀ ମାଡରେ ସ୍ତ୍ରୀଙ୍କ ମୃତ୍ୟୁ, ଆତ୍ମସମର୍ପଣ କଲେ ସ୍ବାମୀ
18/03/2023 at 5:00 PM

ଫୁଲବାଣୀ ୧୮।୩: ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସଦାଶିବ ନାୟକଙ୍କ ପତ୍ନୀ ମିନତୀ କହଁର l
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କରାଣ୍ଡିବାଲି ଅଂଚଳର ସଦାଶିବ ଓ ମିନତୀ ପ୍ରେମ ବିବାହ କରିଥିଲେ l ତେବେ ସଦାଶିବ ସର୍ବଦା ମଦ୍ୟପାନ କରୁଥିବାରୁ ସ୍ତ୍ରୀ ମିନତୀ ଏହାର ବିରୋଧ କରିଆସୁଥିଲେ l ଆଉ ଶୁକ୍ରବାର ଏ ସମ୍ପର୍କରେ ମିନତୀ ଫୋନ୍ରେ ଦାଦାଙ୍କୁ କହିଥିଲେ l ଏହାକୁ ନେଇ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ସଦାଶିବ ରାଗିଯାଇ କଟୁରୀ ବେଣ୍ଟରେ ସ୍ତ୍ରୀ ମୁଣ୍ଡକୁ ମାରିବା ଫଳରେ ଘଟଣାସ୍ଥଳରେ ମିନତୀଙ୍କ ମୃତ୍ୟୁ ହୋଇଥିଲା l ପରେ ସ୍ୱାମୀ ସଦାଶିବ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିଲା l ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l