Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଅନଲାଇନ୍ ମନି ଗେମ୍‌ ହେଲା କାଳ ! ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ, ମେଡିକାଲରେ ସ୍ବାମୀ

6/03/2023 at 10:48 AM

ସାନଖେମୁଣ୍ଡି ୬।୩: ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ । ସ୍ବାମୀ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଶୈଳେନ୍ଦ୍ରୀ ମହାନ୍ତି । ଗୁରୁତର ସ୍ବାମୀ ହେଲେ ଜୟସେନ ମହାନ୍ତି ।

ସୂଚନାଯୋଗ୍ୟ ଯେ, ଉଭୟ ଦମ୍ପତ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ । ଜୟସେନ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ସ୍ତ୍ରୀ ଶୈଳେନ୍ଦ୍ରୀ ଜିଲ୍ଲା ବାହାରେ ଶିକ୍ଷକତା କରନ୍ତି । ବନ୍ଦ ଘରୁ ସ୍ତ୍ରୀଙ୍କ ମୃତଦେହ ମିଳିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଉଭୟ ସ୍ବାମୀ-ସ୍ତ୍ରୀ ଏଭଳି ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ଜଣାପଡିନଥିବା ବେଳେ ଅନଲାଇନ୍ ମନି ଗେମ୍‌କୁ ନେଇ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।

   Related Posts