ସ୍ବାମୀର ଠେଙ୍ଗାମାଡରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଗିରଫ
13/02/2020 at 8:27 AM

ରାଇରଙ୍ଗପୁର ୧୩।୨: ସ୍ବାମୀର ଠେଙ୍ଗାମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢ଼ୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମାଇନୋ ବେଶ୍ରା ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢ଼ୁଣିଆ ଗାଁ ଗୋରା ବେଶ୍ରାଙ୍କର ତାଙ୍କ ସ୍ତ୍ରୀ ମାଇନୋ ବେଶ୍ରାଙ୍କ ସହ ବଚସା ହୋଇଥିଲା । ତେବେ ଗୋରା ରାଗିଯାଇ ବେଶ୍ରାଙ୍କୁ ଠେଙ୍ଗାରେ ପିଟିବାକୁ ଲାଗିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗାଁଲୋକେ ଜାଣିପାରି ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ମୃତଦେହ ପଠାଇଦେଇଛି ପୋଲିସ । ହତ୍ୟାକାରୀ ସ୍ବାମୀ ଗୋରା ବେଶ୍ରାକୁ ପୋଲିସ ଗିରଫ କରିଛି ।
Related Posts
୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ
8 February 2023
ମିଳୁନି ଜମାରାଶି, ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣସତ୍ୟାଗ୍ରହ
8 February 2023
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023