ସ୍ତ୍ରୀର ପ୍ରେମିକକୁ ଦୁଇ ଗଡ କରିଦେଲା ସ୍ବାମୀ, ଥାନାରେ ମାନିଗଲା ଦୋଷ

Published By : Prameya-News7 Bureau | February 11, 2020 IST

ଜଳେଶ୍ବର ୧୧।୨: ପରକୀୟାର ପ୍ରିତିରୁ ଭୟଙ୍କର ପରିଣିତି । ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଆତ୍ମସମର୍ପଣ କରିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁ ବିଶ୍ବମ୍ବର ବେହେରା ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଯୁବକ ସହ ପରକୀୟ ପ୍ରିତି ଥିବା ସନ୍ଦେହ କରୁଥିଲେ । ତେବେ ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ମଧ୍ୟ ହେଉଥିଲା ।

ଫଳରେ ଏହାର ପ୍ରତିଶୋଧ ନେବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ସ୍ତ୍ରୀଙ୍କ ତଥାକଥିତ ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବିଶ୍ବମ୍ବର । ମୃତକ ପ୍ରେମିକ ହେଲେ ପ୍ରଶାନ୍ତ ଦାସ । ହତ୍ୟା କରିବା ପରେ ଅଭିଯୁକ୍ତ ବିଶ୍ବମ୍ବର ବେହେରା ରାଇବଣିଆ ଥାନାରେ ଆତ୍ମସମର୍ପଣ କରିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.